ଭୁବନେଶ୍ୱର : ମହାରାଷ୍ଟ୍ର ସହ ଅନ୍ୟାନ୍ୟ କିଛି ରାଜ୍ୟରେ କୋଭିଡ୍ ପୁନଃ ପ୍ରସଙ୍ଗକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା- ଓଡ଼ିଶାରେ ଯଦିଓ ଭୟାବହତା ନାହିଁ , ତେବେ ହାଲକାରେ ନେବା ଉଚିତ୍ ନୁହେଁ । ବିଶେଷ ପରିସ୍ଥିତି ଆସିଲେ ସ୍କୁଲ୍ ବନ୍ଦ କିମ୍ବା ଲକ୍ଡାଉନ୍ କଥା ଚିନ୍ତା କରାଯିବ । ଏବେ ଏସ୍ଓପି ଆଧାରରେ ସ୍କୁଲ୍ ଚାଲିଛି, ଅବସ୍ଥାକୁ ଦେଖି ବିଚାର କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପକ୍ଷରୁ ସୂଚନା ମିଳିଛି । ଯଦିଓ ଆମ ରାଜ୍ୟରେ ଭୟବହତା ନାହିଁ, କିନ୍ତୁ ତାକୁ ହାଲୁକା ଭାବେ ନେବା ଉଚିତ ମଧ୍ୟ ନୁହେଁ । ଏସ୍ଓପିର ଯେଉଁ ଗାଇଡ୍ଲାଇନ୍ ଦିଆଯାଇଛି ତାକୁ ସମସ୍ତେ କଡ଼ାକଡ଼ି ଭାବେ ପାଳନ କରିବା ଦରକାର । ନୋଡାଲ୍ ଅଫିସର୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଅନୁସରଣ ମଧ୍ୟ କରିଛନ୍ତି । ସେମିତି କିଛି ବିଶେଷ ପରିସ୍ଥିତି ଆସିଲେ ସ୍କୁଲ୍ ବନ୍ଦ ଓ ଲକ୍ଡାଉନ୍ କଥା ଚିନ୍ତା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।