ସାବତ ମା’ର ବର୍ବରତା

ନୂଆଦିଲ୍ଲୀ : ଦିଲ୍ଲୀର ହରିନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଏକ ୮ ବର୍ଷ ଶିଶୁ କୁ ତା ସାବତ ମା’ ଦ୍ୱାରା ବହୁତ ଜୋରରେ ମାଡ ମରାଯାଉଥିଲ । ଶିଶୁ ଟିର କାନ୍ଦ ଓ ଚିତ୍କାର ପଡୋଶୀ ମାନେ ମଧ୍ୟ ଶୁଣିବାକୁ ପାଉଥିଲେ । ମଙ୍ଗଳବାର ଦିନ ପଡୋଶୀ ମାନେ ଦିଲ୍ଲୀ ମହିଳା ଆୟୋଗର ହେଲ୍ପଲାଇନ ନମ୍ବରରେ ଫୋନ କରିଥିଲେ ଓ ଏହି ଘଟଣାର ସୂଚନା ଦେଇଥିଲେ । ମହିଳା ଆୟୋଗ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଟିମ ପହଞ୍ଚିବା ସମୟରେ ମଧ୍ୟ ଶିଶୁଟିର କ୍ରନ୍ଦନ ସ୍ୱର ଶୁଣାଯାଉଥିଲା । ଆୟୋଗର କର୍ମକର୍ତ୍ତା ମାନେ ଫୋନ କରି ପୋଲିସକୁ ଡକାଇଥିଲେ । ପୋଲିସ ପହଞ୍ଚିବା ପରେ ମହିଳା ଆୟୋଗଙ୍କ ସହ ମିଶି ଶିଶୁକୁ ରେସକ୍ୟୁ କରିଥିଲେ । ଏହପରେ ଶିଶୁ ଓ ତା ମା’ କୁ ହରିନଗର ପୋଲିସ ଷ୍ଟେସନ ନିଆଯାଇଥିଲା ।

ଥାନାରେ ପହଞ୍ଚିବା ପରେ ଶିଶୁଟିର କାଉନସେଲିଙ୍ଗ କରାଯାଇଥିଲା । ସେହି ସମୟରେ ଶିଶୁ ଟି ବହୁତ ଭୟଭୀତ ଅବସ୍ଥାରେ ଥିଲା । ଏହାପରେ ସେ ସମସ୍ତ କଥା ପୋଲିସ ଆଗରେ କହିଥିଲ । ସେ କହିଥିଲ ଯେ, ତା ସହ ପ୍ରତ୍ୟେକ ଦିନ ମାର ପିଟ କରାଯାଉଥିଲା ଓ ଅନେକ ଥର ଖାଦ୍ୟ ନିଆଯାଉନଥିଲା । ଏପରିକି ଘରୁ ବାହାରକୁ ଯିବା ପାଇଁ ମଧ୍ୟ ଅନୁମତି ଦିଆଯାଉନଥିଲା । ଯେବେ ସାବତ ମା’ ବାହାରକୁ ଯାଉଥିଲେ ସେ ତାକୁୁ ରସିରେ ବାନ୍ଧି ଦେଇ ଯାଉଥିଲେ । ଶିଶୁଟିର ହାତରେ ଥିବା କ୍ଷତ ଚିହ୍ନ ଏହି ଘଟଣାର ପ୍ରମାଣ ଦେଉଛି ।
ଶିଶୁଟିର ହାତରେ ପାନିଆ ଦ୍ୱାରା ମାଡ ମରାଯାଇ କ୍ଷତ ସୃଷ୍ଟି ହୋଇଥିଲା , ହାତ ଫୁଲି ଯାଇଥିଲା । ମୁଣ୍ଡରେ ଅମାନବୀୟ ଭାବରେ ପିଟାଯାଇଥିବାର ଚିହ୍ନ ଦେଖାଯାଇଥିଲା ଓ ପିଠିରେ ଅନେକ କ୍ଷତ ବିକ୍ଷତ ହୋଇଥିଲ । । ଖାଦ୍ୟ ନମିଳିବାରୁ ଶିଶୁ ଟି ଦୁର୍ବଳ ହୋଇଯାଇଥିଲା ।

ଶିଶୁ ଟିର ବୟାନ ଆଧାରରେ ଏକ ମାମଲା ଥାନାରେ ରୁଜୁ କରାଯାଇ ଶିଶୁର ମେଡକାଲ ଯାଞ୍ଚ ପାଇଁ ପଠାଯାଇଛି । ଏହାପରେ ତାକୁ ସେଲଟର ହୋମ ନିଆଯିବ । ଏହପରେ ପୋଲିସ ଶିଶୁର ପିତାଙ୍କ ସହ ସମ୍ପର୍କ କରିଥିଲେ । ପିତାଙ୍କ କହିବା ଅନୁସାରେ ସେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ ଓ ଲକଡାଉନ ପରଠାରୁ ମୁମ୍ବାଇରେ ରହୁଥିଲେ ଓ ପତ୍ନୀଙ୍କ ସହ ଶିଶୁ ଦିଲ୍ଲୀରେ ରହୁଥିଲେ । ତେବେ ଶିଶୁଟି ନିଜ ଜେଜେ ମା ଙ୍କ ପାଖରେ ରହିବାକୁ ଚାହୁଁଥିବାରୁ ତାକୁ ସେଠାକୁ ପଠାଯାଇପାରେ ।

ଅନ୍ୟପଟେ ମହିଳା ଆୟୋଗ ପୋଲିସକୁ ସାବତ ମା’ ବିରୁଦ୍ଧରେ ଏଫଆଇଆର କରିବାକୁ ଓ ଏହି ଘଟଣାକୁ ତଦନ୍ତ କରି ମହିଳାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here