30.1 C
Bhubaneswar
Thursday, April 25, 2024
Homeଅପରାଧପଥରରେ ଛେଚି ଯୁବକଙ୍କୁ ହତ୍ୟା

ପଥରରେ ଛେଚି ଯୁବକଙ୍କୁ ହତ୍ୟା

କୋରାପୁଟ : ଜୟପୁର କୁମ୍ଭାର ସାହିରେ ଘଟିଛି ହତ୍ୟାକାଣ୍ଡ । ଚନ୍ଦ୍ର ପରଜା ନାମକ ଏକ ବ୍ୟକ୍ତି ଜୟପୁର ମାଳି ସାହିରେ ରହୁଥିଲେ । ତାଙ୍କ ସାଙ୍ଗଙ୍କ ସହିତ ସେ ଗତକାଲି ରାତିରେ କୁମ୍ଭାର ସାହି ଆସିଥିଲେ । କିନ୍ତୁ ଆଜି ସକାଳୁ ଜୟପୁର କୁମ୍ଭାର ସାହି ନିକଟରେ ତାଙ୍କ ମୃତ୍ୟୁ ଦେହ ଦେଖିବାକୁ ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଚନ୍ଦ୍ରଙ୍କ ମୁଣ୍ଡକୁ ପଥର ଛେଚି କେହି ହତ୍ୟା କରିଛି ବୋଲି ଜଣାପଡୁଛି। ଚନ୍ଦ୍ର ବିବାହିତ ଥିବା ବେଳେ ତାଙ୍କ ଦୁଇ ପୁଅ ଝିଅ ଅଛନ୍ତି ଓ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଅନ୍ୟ ସହ ପଳେଇ ଯାଇଛନ୍ତି । ଗତକାଲି ଚନ୍ଦ୍ର ଯାହା ସାଙ୍ଗରେ କୁମ୍ବାର ସାହି ଆସିଥିଲେ ସେ ଫେରାର ଥିବାର ସୂଚନା ମିଳିଛି। ଚନ୍ଦ୍ରଙ୍କ ମରଶରୀର ନିକଟରେ ଚପଲ , ବିସ୍କୁଟ ପଡ଼ିଛି । ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ  ଘଟଣାର ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking