32.1 C
Bhubaneswar
Monday, May 20, 2024
Homeବିଜିନେସ୍ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୨: ଜିଡିପି ୬-୬.୮ % ଆକଳନ, ଗ୍ରାମ୍ୟ ଉନ୍ନୟନକୁ ଗୁରୁତ୍ୱ

ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୨: ଜିଡିପି ୬-୬.୮ % ଆକଳନ, ଗ୍ରାମ୍ୟ ଉନ୍ନୟନକୁ ଗୁରୁତ୍ୱ

ନୂଆଦିଲ୍ଲୀ : ୨୦୨୩-୨୪ ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ଚଳିତବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତିି । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପିତ ଏହି ରିପୋର୍ଟ ପ୍ରତ୍ୟେକ ସେକ୍ଟରର ପ୍ରଦର୍ଶନକୁ ତର୍ଜମା କରିବା ସହ ଆଗାମୀ ଆର୍ôଥକବର୍ଷ ପାଇଁ ପ୍ରସ୍ତାବ ସୁପାରିସ କରିଥାଏ । ମହାମାରୀ ଜନିତ ଅବନତି, ରୁଷ-ୟୁକ୍ରେନ ଯୁଦ୍ଧର ପ୍ରତିକୂଳ ପ୍ରଭାବ ଏବଂ ଦରଦାମ ବୃଦ୍ଧିରୁ ମୁକୁଳିବା ପରେ ଭାରତୀୟ ଅର୍ଥବ୍ୟବସ୍ଥା ଏବେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ହାସଲ କରୁଥିବା ଦେଖିବାକୁ ମିଳୁଛି । ଦେଶର ଅର୍ଥବ୍ୟବସ୍ଥା ଚଳିତ ୨୦୨୩ ଆର୍ôଥକ ବର୍ଷରେ ମହାମାରୀ ପୂର୍ବ ବିକାଶ ପଥରେ ଅଗ୍ରସର ହେଉଛି । ଭାରତରେ ଜିଡିପି ବିକାଶ ହାର ୨୦୨୪ ଆର୍ôଥକ ବର୍ଷରେ ମଧ୍ୟ ସୁଦୃଢ଼ ରହିବ ବୋଲି ଆଶା କରାଯାଉଛି । ୨୦୨୪ ଆର୍ôଥକ ବର୍ଷରେ ଦେଶରେ ଜିଡିବି ଅଭିବୃଦ୍ଧି ହାର ୬-୬.୮ ପ୍ରତିଶତ ମଧ୍ୟରେ ରହିବା ନେଇ ପୂର୍ବାନୁମାନ କରାଯାଇଛି । ଏଥିରେ ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁ୍‌ତ୍ୱ ପ୍ରଦାନ କରାଯାଇଛି । ସର୍ଭେରେ କୁହାଯାଇଛି ଯେ ଦେଶର ୬୫% ଜନସାଧାରଣ (୨୦୨୧ତଥ୍ୟ) ଗ୍ରାମାଞ୍ଚଳରେ ବସବାସ କରନ୍ତି । ଏହାଛଡା କୃଷି ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ୪୭ ଶତାଂଶ । ତେଣୁ ଗ୍ରାମାଞ୍ଚଳ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି ।

ଗ୍ରାମାଞ୍ଚଳ ଜନତାଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ସହିତ ସମତାଭିତ୍ତିକ ଓ ସମାବେଶୀ ବିକାଶ ହାସଲ କରିବାର ଲକ୍ଷ୍ୟ ସରକାର ରଖିଛନ୍ତି । ସେଥିପାଇଁ ଗ୍ରାମୀଣ ଅର୍ଥନୀତିରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତକ୍ଷେପ କରି ସରକାର ଲୋକଙ୍କ ଜୀବନ ଓ ଜୀବିକାରେ ଗଠନମୂଳକ ତଥା ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାକୁ ପ୍ରୟାସୀ । ସେଥିପାଇଁ ବିଭିନ୍ନ ସାମାଜିକ-ଅର୍ଥନୀତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କୁ ସମାବେଶୀ କରି ସଶକ୍ତ ଏବଂ ସମର୍ଥ କରିବାକୁ ଉଦ୍ୟମ ଚାଲିଛି । ମୋଟାମୋଟି ଗ୍ରାମୀଣ ଭାରତକୁ ଅଧିକ ସଶକ୍ତ ଏବଂ ସମୃଦ୍ଧ କିରବାକୁ ସରକାର କାମ କରୁଥିବା ଏହି ରିପୋର୍ଟରେ କୁହାଯାଇଛି । ସର୍ଭେରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଡାଟା ୨୦୧୯-୨୧ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହାକୁ ୨୦୧୫-୧୬ବର୍ଷର ଡାଟା ସହିତ ତୁଳନା କରି କୁହାଯାଇଛି ଯେ ଏହି ସମୟ ମଧ୍ୟରେ ଗ୍ରାମାଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆସିଛି ଏବଂ ଏହାର ଉତ୍ତମ ପ୍ରଭାବ ଗ୍ରାମ୍ୟ ଗ୍ରାମ୍ୟ ଜୀବନ ତଥା ଜୀବିକା ଉପରେ ପଡିଛି । ଫଳରେ ଲୋକଙ୍କ ଜୀବନ ଧାରଣର ମାନରେ ଉନ୍ନତି ପରିଲକ୍ଷିତ ହୋଇଛି । ବିଜୁଳି ଓ ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ଫଳରେ ଲୋକଙ୍କ ଜୀବନ ଧାରଣର ମାନ ଉପରେ ଭଲ ପ୍ରଭାବ ପଡିଛି ।

୨୦୧୫ ଆର୍ôଥକବର୍ଷ ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଛଅ ମାସରେ ଘରୋଇ ଉପଯୋଗ ସର୍ବାଧିକ ରହିଛି ଏବଂ ଏହାଦ୍ୱାରା ଉତ୍ପାଦନ ସମ୍ବନ୍ଧୀୟ ଗତିବିଧିକୁ ବେଶ ପ୍ରୋତ୍ସାହନ ମିଳିଛି ଯାହାଫଳରେ ସବୁ କ୍ଷେତ୍ରରେ କ୍ଷମତାର ଉପଯୋଗ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ପୁଞ୍ଜିଗତ ବ୍ୟୟ ଏବଂ ଏବେ କମ୍ପାନୀଗୁଡ଼ିକର ମଜବୁତ ବାଲାନ୍ସସିଟ୍‌ର ନେତୃତ୍ୱରେ ଘରୋଇ ପୁଞ୍ଜି ବ୍ୟୟ ଚଳିତ ଆର୍ôଥକ ବର୍ଷ ସମୟରେ ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶରେ ଯଥେଷ୍ଟ ସହାୟକ ସାବ୍ୟସ୍ତ ହୋଇଛି । ଏମଏସଏମଇ କ୍ଷେତ୍ର ପାଇଁ ମୋଟ୍ ଋଣ ଯୋଗାଣ ବୃଦ୍ଧି ପାଇଛି, ଜାନୁଆରୀ-ନଭେମ୍ବର ୨୦୨୨ ସମୟରେ ଏହା ହାରାହାରୀ ୩୦.୬ ପ୍ରତିଶତରୁ ମଧ୍ୟ ଅଧିକ ରହିଥିଲା । ଖୁଚୁରା ମୁଦ୍ରାସ୍ଫିତୀ ନଭେମ୍ବର ୨୦୨୨ରେ ହ୍ରାସ ପାଇ ପୁଣିଥରେ ଆରବିଆଇର ନିର୍ଦ୍ଧାରିତ ଲକ୍ଷ୍ୟ ପରିଧି ମଧ୍ୟକୁ ଆସିଯାଇଛି । ଭାରତୀୟ ମୁଦ୍ରାର ପ୍ରଦର୍ଶନ ଏପ୍ରିଲ-ଡିସେମ୍ବର ୨୦୨୨ ସମୟରେ ଅନ୍ୟ ଉଦୀୟମାନ ବଜାର ଅର୍ଥବ୍ୟବସ୍ଥା ତୁଳନାରେ ଯଥେଷ୍ଟ ଉନ୍ନତ ରହିଥିଲା । ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଏପ୍ରିଲ-ନଭେମ୍ବର ୨୦୨୨ ସମୟରେ ମଧ୍ୟ ଉନ୍ନତ ରହିଥିଲା ।

ଭାରତୀୟ ଅର୍ଥବ୍ୟବସ୍ଥାରେ ବ୍ୟାପକ ଢାଞ୍ଚାଗତ ଓ ପ୍ରଶାସନିକ ସଂସ୍କାର ଲାଗୁ କରାଯାଇଛି ଯାହାଫଳରେ ୨୦୧୪ରୁ ୨୦୨୨ ମଧ୍ୟରେ ଏହାର ସାମଗ୍ରିକ ଦକ୍ଷତା ବଢ଼ିବା ଦ୍ୱାରା ଅର୍ଥବ୍ୟବସ୍ଥାର ମୌଳିକ ତତ୍ତ୍ୱ ମଜବୁତ ହୋଇଛି । ବର୍ଷ ୨୦୧୪-୨୨ ଅବଧିରେ ବାଲାନ୍ସସିଟ୍ ଉପରେ ଚାପ ଦେଖିବାକୁ ମିଳିଥିଲା ଯାହାଫଳରେ ବିଗତ ବର୍ଷ ସମୟରେ ଋଣବୋଝ ବଢ଼ିବା ଏବଂ ୱାନ୍ ଅଫ୍‌ର ବୈଶ୍ୱିକ ଧକ୍କା ଅନୁଭୂତ ହୋଇଥିଲା । ଏହି କାରଣରୁ ପ୍ରମୁଖ ବୃହତ ଆର୍ôଥକ ଅବୟବ ବା ଉପାଦାନ ଯଥା ଋଣ ବୃଦ୍ଧି, ପୁଞ୍ଜି ସୃଷ୍ଟି ଏବଂ ଏପରି ଆର୍ôଥକ ବିକାଶ ଏହି ଅବଧି ସମୟରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଏଭଳି ସ୍ଥିତି ପ୍ରକୃତି ୧୯୯୮-୨୦୦୨ ଅବଧି ସହ ବେଶ ମେଳ ଖାଇଥାଏ, କାରଣ ଏହି ସମୟରେ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ପରିବର୍ତ୍ତନକାରୀ ସଂସ୍କାର ଫଳରେ ବିକାଶ ହାର ଅର୍ଥବ୍ୟବସ୍ଥାର ଅସ୍ଥାୟୀ ଧକ୍କା କାରଣରୁ ଧିମେଇ ଯାଇଥିଲା । ଯେତେବେଳେ ଏହି ଝଟକା ଦୁର୍ବଳ ହୋଇଯାଇଥିଲା, ସେତେବେଳେ ଲାଗୁ କରାଯାଇଥିବା ଢାଞ୍ଚାଗତ ସଂସ୍କାରର ବ୍ୟାପକ ଲାଭ ୨୦୦୩ ଠାରୁ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking