29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶତେଲେଙ୍ଗାନା ସରକାରଙ୍କୁ ଇସିଙ୍କ ନିର୍ଦ୍ଦେଶ; ରିଥୁ ବନ୍ଧୁ ଯୋଜନାକୁ ତୁରନ୍ତ ସ୍ଥଗିତ ରଖ

ତେଲେଙ୍ଗାନା ସରକାରଙ୍କୁ ଇସିଙ୍କ ନିର୍ଦ୍ଦେଶ; ରିଥୁ ବନ୍ଧୁ ଯୋଜନାକୁ ତୁରନ୍ତ ସ୍ଥଗିତ ରଖ

ନୂଆଦିଲ୍ଲୀ : ଆଉ ଦୁଇଦିନ ପରେ ଅର୍ଥାତ୍ ଆସନ୍ତା ଗୁରୁବାର ତେଲେଙ୍ଗାନା ବିଧାନସଭାର ୧୧୯ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ‘ରିଥୁ ବନ୍ଧୁ’ ଯୋଜନାକୁ ତୁରନ୍ତ ବନ୍ଦ କରିବାକୁ ଭାରତୀୟ  ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ସୋମବାର ତେଲେଙ୍ଗାନରେ କ୍ଷମତାସୀନ ବିଆର୍‌ଏସ୍ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୩ରେ ଭୋଟଗଣତି ଶେଷ ହେବା ପର୍ଯ୍ୟନ୍ତ ଏହି ଯୋଜନାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ କୁହାଯାଇଛି ।

ଭୋଟଗ୍ରହଣ ଦିନ କୃଷକଙ୍କୁ ଏହି ଯୋଜନା ରାଶି ପ୍ରଦାନ କରାଯିବ ବୋଲି ତେଲେଙ୍ଗାନା ମନ୍ତ୍ରୀ ଟି.ହରିଶ ରାଓ ପୂର୍ବରୁ ଘୋଷଣା କରିସାରିଥିବାରୁ ଇସିଙ୍କ ତରଫରୁ ଏଭଳ ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି ଘୋଷଣା କରିବା ଦ୍ୱାରା ରାଜ୍ୟ ସରକାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି ବୋଲି ବିରୋଧୀ ଦଳଗୁଡିକ ଇସିଙ୍କ ନିକଟରେ ଫେରାଦ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking