27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶ୨୦୧୮-୨୦୨୩ ରିପୋର୍ଟ; ଦେଶରେ ଦୁଗ୍ଧ ଉତ୍ପାଦନ ୨୨% ବୃଦ୍ଧି ପାଇଛି

୨୦୧୮-୨୦୨୩ ରିପୋର୍ଟ; ଦେଶରେ ଦୁଗ୍ଧ ଉତ୍ପାଦନ ୨୨% ବୃଦ୍ଧି ପାଇଛି

ନୂଆଦିଲ୍ଲୀ : ବିଗତ ପାଞ୍ଚବର୍ଷ (୨୦୧୮-୨୩) ମଧ୍ୟରେ ଦେଶରେ ଦୁଗ୍ଧ ଉତ୍ପାଦନ ୨୨.୮୧ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି । ଜାତୀୟ ଦୁଗ୍ଧ ଦିବସ ଉପଲକ୍ଷେ ରବିବାର ଆସାମର ଗୁଆହାଟୀରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଗୋସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ଦ୍ୱାରା ଏହି ରିପୋର୍ଟ ଉନ୍ମୋଚିତ ହୋଇଛି । ତଦନୁଯାୟୀ ଦୁଗ୍ଧ ଉତ୍ପାଦନରେ ଉତ୍ତର ପ୍ରଦେଶ ସବୁଠାରୁ ଆଗୁଆ ରହିଥିବା ଜଣାପଡିଛି । ଦେଶରେ ଉତ୍ପାଦିତ ହେଉଥିବା ଦୁଗ୍ଧ ମଧ୍ୟରୁ ଉତ୍ତର ପ୍ରଦେଶର ଅବଦାନ ୧୫.୭୨ ପ୍ରତିଶତ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

୨୦୨୨-୨୩ ଆର୍ôଥକବର୍ଷରେ ଦେଶରେ ମୋଟ ୨୩୦.୫୮ ନିୟୁତ ଟନ୍ ଦୁଗ୍ଧ ଉତ୍ପାଦିତ ହୋଇଛି । ୨୦୧୮-୧୯ରେ ଏହି ପରିମାଣ ୧୮୮.୭୪ ନିୟୁତ ଟନ୍ ରହିଥିଲା । ଉତ୍ତର ପ୍ରଦେଶ ପଛକୁ ସର୍ବାଧିକ ଦୁଗ୍ଦ ଉତ୍ପାଦନକାରୀ ରାଜ୍ୟ ତାଲିକାରେ ରାଜସ୍ଥାନ ଦ୍ୱିତୀୟ (୧୪.୪୪ ପ୍ରତିଶତ), ମଧ୍ୟପ୍ରଦେଶ ତୃତୀୟ (୮.୭୩ ପ୍ରତିଶତ), ଗୁଜରାଟ ଚତୁର୍ଥ (୭.୪୯ ପ୍ରତିଶତ) ଏବଂ ଆନ୍ଧ୍ରପ୍ରଦେଶ ପଞ୍ଚମ (୬.୭୦ ପ୍ରତିଶତ) ରହିଛନ୍ତି । ଅପରପକ୍ଷରେ ଦେଶରେ ୨୦୨୨-୨୩ରେ ମୋଟ ଉତ୍ପାଦିତ ଅଣ୍ଡା ମଧ୍ୟରୁ ଆନ୍ଧ୍ରପ୍ରଦେଶର ଅବଦାନ ସର୍ବାଧିକ ୨୦.୧୩ ପ୍ରତିଶତ ରହିଥିବାବେଳେ ଏହାପଛକୁ ତାମିଲନାଡୁ (୧୫.୫୮ ପ୍ରତିଶତ), ତେଲେଙ୍ଗାନା (୧୨.୭୭ ପ୍ରତିଶତ), ପଶ୍ଚିମବଙ୍ଗ (୯.୯୪ ପ୍ରତିଶତ) ଏବଂ କର୍ଣ୍ଣାଟକ (୬.୫୧ ପ୍ରତିଶତ) ରହିଛନ୍ତି ।

୨୦୨୨-୨୩ ବର୍ଷରେ ଦେଶରେ ମୋଟ ୯.୭୭ ନିୟୁତ ଟନ୍ ମାଂସ ଉତ୍ପାଦିତ ହୋଇଛି । ବିଗତ ୫ ବର୍ଷ ମଧ୍ୟରେ ଏଥିରେ ୩୩ ପ୍ରତିଶତ ବୃଦ୍ଧି ଘଟିଛି । ଉତ୍ତର ପ୍ରଦେଶ ଏହି ତାଲିକାର ଶୀର୍ଷରେ ଥିବାବେଳେ ଏହାପଛକୁ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking