33.1 C
Bhubaneswar
Monday, May 20, 2024
Homeଦେଶ ବିଦେଶବାରଣାସୀରୁ ସୌଖିନ କ୍ରୁଜ ଯାତ୍ରା; ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବାରଣାସୀରୁ ସୌଖିନ କ୍ରୁଜ ଯାତ୍ରା; ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାରଣାସୀରୁ ଆଜି ସୌଖିନ କ୍ରୁଜ ଯାତ୍ରାର ଶୁଭ ଉଦଘାଟନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଦୀର୍ଘତମ କ୍ରୁଜ୍ ଯାତ୍ରାକୁ ଆଜି ବାରଣାସୀରୁ ଆରମ୍ଭ କରିଛନ୍ତି । ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଗଙ୍ଗା ଭିଲ୍ଲାକୁ ପତାକା ଦେଖାଇ ଉଦଘାଟନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ ଜଳପଥକୁ ସବୁଠାରୁ ଶସ୍ତା ମାଧ୍ୟମ ବୋଲି କହିଛନ୍ତି ।

ତାହା ସହ ତାଙ୍କର ଉଦବୋଧନରେ ସେ କହିଛନ୍ତି, ମୁଁ ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ସ୍ୱାଗତ କରୁଛି । ଗଙ୍ଗା ଭିଲାସ କ୍ରୁଜ୍ ୨୫ଟି ନଦୀ ଦେଇ ଗତି କରିବ । ଦେଶରେ ସବୁଦାୟ ୧୧୧ଟି ଜଳପଥ ରହିଛି । ସେଥିମଧ୍ୟରେ ୫ଟି ପୁରୁଣା ରହିଥିବା ବେଳେ ୧୦୬ଟି ନୂତନ ଭାବେ କରାଯାଇଛି । ଏହି ଜଳପଥ ୨୪ଟି ରାଜ୍ୟ ସହ ଯୋଡ଼ି ହୋଇଛି । ଯାହାକି ୨୦ହଜାର ୨୭୫ କିମି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଜଳପଥରେ ଦୁର୍ଘଟଣା ଆଶଙ୍କା କମ୍ ରହିଛି । ଜଳପଥ ମାଧ୍ୟମରେ ଭାରି ଜିନିଷ ପରିବହନ ସହଜ ରହିଥିବା ବେଳେ ଏହି ସୌଖିନ କ୍ରୁଜ ଯୁବକ ମାନଙ୍କୁ ରୋଜଗାର ଯୋଗାଇବାକୁ ମାଧ୍ୟମ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଭିଡିଓ କନଫରେନସିଂ ମଧ୍ୟମରେ ଉପସ୍ଥିତ ରହିବା ସହ ନିଜର ଉଦବୋଧନ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking