29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରବିବାର ସକାଳ ୬.୩୮ରେ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ଼ କରାଯାଇଛି। ଏନସିଏମ ଅନୁଯାୟୀ ଏହାର ଗଭୀରତା ୮୨ କିଲୋମିଟର ଥିଲା।
ମହାରାଷ୍ଟ୍ରର ପାଲଘରରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାର ତିବ୍ରତା ରିକ୍ଟର ସ୍କେଲରେ ୨.୫ ରେକର୍ଡ଼ କରାଯାଇଛି। ଏନସିଏମ ଅନୁଯାୟୀ ଏହାର ଗଭୀରତା ୫ କିଲୋମିଟର ରେକର୍ଡ଼ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ପାଲଘରରେ ଭୂକମ୍ପର ଝଟକା ଭୋର ୪ଟା୫୮ରେ ହୋଇଥିବା ବେଳେ ନିକୋବର ଠାରୁ ଅରୁଣାଞ୍ଚଳପ୍ରଦେଶ ଭୂକମ୍ପ ଝଟକାରେ ଥରି ଉଠିଥିଲା। ଅରୁଣାଞ୍ଚଳର ତୱାଙ୍ଗରେ ଭୂକମ୍ପର ତିବ୍ରତା ୩.୪ ରେକର୍ଡ଼ ହୋଇଛି। ସକାଳ ୭ଟା୩୦ରେ ତୱାଙ୍ଗରେ ଭୂକମ୍ପ ହୋଇଥିବା ଜଣାପଡ଼ିଛି । ଗତ ୨ ଦିନ ମଧ୍ୟରେ ମହାରାଷ୍ଟ୍ରର ଭିନ୍ନ ଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ସେପ୍ଟେବର ୪ରେ ମହରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ଓ ୫ ସେପ୍ଟେବରରେ ମହାରାଷ୍ଟ୍ରର ନାସିକରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ମାତ୍ର ଏଥିରେ କୌଣସି ଧନଜୀବନ କ୍ଷତି ହୋଇନଥିଲା ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking