କାବୁଲ: ପଶ୍ଚିମ ଆଫଗାନିସ୍ତାନରେ ଭୂକମ୍ପ ଝଟକା । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ବେଳେ ଏଥିରେ ଅତିକମରେ ୨୬ ଜଣ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଅନେକ ଘରର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଏବେ ମଧ୍ୟ ମୃତାହତଙ୍କୁ ଉଦ୍ଧାର ଚାଲିଥିବା ଜଣାପଡିଛି । ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ଅନୁଯାୟୀ ଏହି ଭୂକମ୍ପର ତୀବ୍ରତା ଭୂକମ୍ପ ୫.୩ ଥିଲା ।
ସୂଚନା ଯେ, ଗୃହଯୁଦ୍ଧ ଗ୍ରସ୍ତ ଆଫଗାନିସ୍ତାନରେ ଜରୁରୀ ସାମଗ୍ରୀର ସଙ୍କଟ ଲାଗି ରହିଥିବା ବେଳେ ପୁୁଣି ଏକ ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଦ୍ଦଶାକୁ ଆହୁରି ଦ୍ବିଗୁଣିତ କରିଛି । କୋଠା ଗୁଡ଼ିକ ଭୂକମ୍ପରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଅନେକ ବାସହରା ମଧ୍ୟ ହୋଇଛନ୍ତି । ୨୦୧୫ରେ, ୭.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ପ୍ରାୟ ୨୮୦ ଜଣଙ୍କ ମୃତ୍ୟୁ ଘଟିଥିଲା ।