ଭୁବନେଶ୍ୱର : ଆଉ ବଢିବନି ସମୟ ଅବଧି । ଆସନ୍ତା ୧୫ ତାରିଖ ରାସନ କାର୍ଡ ଇ- କେୱାଇସି ଆବେଦନର ଶେଷ ତାରିଖ । ଏପର୍ଯ୍ୟନ୍ତ ୩୭ ଲକ୍ଷ ଲୋକ ଇ- କେୱାଇସି କରି ନାହାନ୍ତି । ଯେଉଁମାନେ ଇ- କେୱାଇସି କରି ନାହାନ୍ତି, ସେମାନେ କରି ଦିଅନ୍ତୁ ।ଏନେଇ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।ସରକାରୀ ଅଫିସରଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ଯେଉଁ ସରକାରୀ ଅଫିସର ମାନେ ରାସନ୍ କାର୍ଡ ନେଇଛନ୍ତି ସମସ୍ତେ ସରେଣ୍ଡର କରିଦିଅନ୍ତୁ । ସରେଣ୍ଡର ପିରିୟଡ ଶେଷ ହେଇ ଯିବା ପରେ ଯଦି ସରକାରୀ ଅଧିକାରୀ ସରେଣ୍ଡର କରି ନଥିବେ, ତେବେ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବେ ଆକ୍ସନ ନେବେ ସରକାର । ତେବେ ବହୁତ ସରକାରୀ ଅଧିକରୀ ସରେଣ୍ଡର କରି ସାରିଛନ୍ତି । ଯେଉଁମାନେ ଆବେଦନ କରିଛନ୍ତି । ସେଗୁଡ଼ିକର ଯାଞ୍ଚ ଚାଲିଛି । ଏବେ ପୋର୍ଟାଲ ଖୋଲାଯିବ । ଯେଉଁମାନେ ନୂଆ କରୀ ଆବେଦନ କରିବେ । ସେମାନଙ୍କ ଆଦେଦନକୁ ବିଚାରକୁ ନିଆଯିବ ।