29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆମେରିକାରେ ଇ-ବାଇକ୍‌ ବ୍ୟାଟେରି ଅଗ୍ନିକାଣ୍ଡ , ଜଣେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ

ଆମେରିକାରେ ଇ-ବାଇକ୍‌ ବ୍ୟାଟେରି ଅଗ୍ନିକାଣ୍ଡ , ଜଣେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ

ବ୍ୟୁରୋ : ଆମେରିକାରେ ନ୍ୟୁୟର୍କର ହାର୍ଲେମ ସ୍ଥିତ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ଏହି ଅଗ୍ନିକାଣ୍ଡରେ ୨୭ ବର୍ଷୀୟ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଫାଜିଲ ଖାନ୍‌। ସୂଚନା ଅନୁସାରେ ଶୁକ୍ରବାର ଏକ ଲିଥିୟମ ବ୍ୟାଟେରୀରେ ବିସ୍ଫୋରଣ ଯୋଗୁ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଫାଜିଲ ଖାନ୍‌ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ପରିବାର ସହ ଯୋଗାଯୋଗ କରି ଖୁବଶୀଘ୍ର ତାଙ୍କ ପାର୍ଥୀବ ଶରୀରକୁ ଭାରତ ପଠାଯିବ ବୋଲି କୁହାଯାଇଛି। ଫାଜିଲ ଖାନ୍‌ ଆପାର୍ଟମେଣ୍ଟର ତୃତୀୟ ମହଲାରେ ରହୁଥିଲେ। ଏହି ଫ୍ଲୋର୍‌କୁ ଭୟଙ୍କର ଭାବେ ନିଆଁ ବ୍ୟାପିଥିଲା। ଫଳରେ ଅଗ୍ନିଶମ ବିଭାଗ ଏଠାକୁ ଯାଇପାରି ନଥିଲେ।କଲମ୍ବିଆ ଜର୍ଣ୍ଣାଲିଜିମ୍ ସ୍କୁଲର ପୂର୍ବତନ ଛାତ୍ର ଫାଜିଲ୍ ଖାନ୍ ହେଚିଙ୍ଗର ରିପୋର୍ଟ ସହିତ କାର୍ଯ୍ୟ କରୁଥିଲେ। ୨୦୧୮ରେ ଫାଜିଲ ଖାନ ବିଜନେସ୍ ଷ୍ଟାଣ୍ଡାର୍ଡରେ କପିଏଡିଟର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପାଇଁ ୨୦୨୦ରେ ନ୍ୟୁୟର୍କ ଯିବା ପୂର୍ବରୁ ଦିଲ୍ଲୀର ସିଏନଏନ -ନ୍ୟୁଜ 18 ରେ ସମ୍ବାଦଦାତା ଭାବରେ କାମ କରିଥିଲେ ।ଏହି ଅଗ୍ନିକାଣ୍ଡରେ ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି। ୧୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ୨୪ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।ସେପଟେ ଏହି ଘଟଣା ପରେ ଭବନ ନିର୍ମାଣ ବିଭାଗ ଦ୍ୱାରା ପୂରା ଆପାର୍ଟମେଣ୍ଟକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ନିକଟସ୍ଥ ଏକ ଅସ୍ଥାୟୀ ଘରେ ସମସ୍ତ ଲୋକଙ୍କୁ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking