27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧୦ ତମ ମନ୍ କୀ ବାତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧୦ ତମ ମନ୍ କୀ ବାତ

ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍‌ରେ ସ୍ଥାନ ପାଇଲେ ଓଡିଆ ଦମ୍ପତି । କଳାହାଣ୍ଡିର ଜୟନ୍ତି ମହାପାତ୍ର ଓ ତାଙ୍କ ସ୍ୱାମୀ ବୀରେନ ସାହୁଙ୍କୁ ପ୍ରସଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଉଭୟେ ବେଙ୍ଗାଲୁରୁରେ ମ୍ୟାନେଜମେଣ୍ଟରେ ଉଚ୍ଚ ଶିକ୍ଷିତ । ଉଚ୍ଚ ଶିକ୍ଷିତ ହୋଇ ବି ଛେଳି ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି । ନିଜେ ସଶକ୍ତ ହେବା ସହ ସାଥି ଗ୍ରାମବାସୀଙ୍କୁ ସଶକ୍ତ କରିଛନ୍ତି । ମାଣିକସ୍ତୁ ଗୋଟ୍ ବ୍ୟାଙ୍କ କରି ଅନ୍ୟ ମାନଙ୍କୁ ସହାୟକ ହେଉଛନ୍ତି । କଳାହାଣ୍ଡି ସାଲେଭଟ୍ଟା ଗାଁରୁ ଆସି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ୫୦ ଟି ଗାଁର ପ୍ରାୟ ୧ ହଜାର ଲୋକେ ସେମାନଙ୍କ ଦ୍ୱାରା ଉପକୃତ ହୋଇଛନ୍ତି । ଲୋକସଭା ନିର୍ବାଚନ ପାଇଁ  ଆସନ୍ତା ୩ ମାସ ମନ୍ କୀ ବାତ ବନ୍ଦ ରହିବ । ୧୧୦ ତମ ମନ୍ କୀ ବାତ୍‌ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ମାର୍ଚ୍ଚରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବ , ତେଣୁ ବନ୍ଦ ରହିବ । ୧୧୧ ତମ ଏପିସୋଡ୍ ୩ ମାସ ପରେ ଶୁଭାରମ୍ଭ ହୋଇପାରେ । ଏହି ସମୟରେ ମନ୍ କୀ ବାତ୍‌ର  ଛୋଟ ଭିଡିଓ କରି ସେୟାର କରନ୍ତୁ । ୟୁଟ୍ୟୁବ ସର୍ଟ ଜରିଆରେ  ଅଧିକରୁ ଅଧିକ ସେୟାର କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking