28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଚୀନ୍‌ରେ ଶ୍ବାସକ୍ରିୟା ସଙ୍କ୍ରମଣ ବୃଦ୍ଧି ପାଇବାରୁ ଅନ୍ୟୂନ ୬ ରାଜ୍ୟ ପ୍ରତି ସତର୍କତା ଜାରି କଲେ...

ଚୀନ୍‌ରେ ଶ୍ବାସକ୍ରିୟା ସଙ୍କ୍ରମଣ ବୃଦ୍ଧି ପାଇବାରୁ ଅନ୍ୟୂନ ୬ ରାଜ୍ୟ ପ୍ରତି ସତର୍କତା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଚୀନ୍‌ରେ ପିଲାମାନଙ୍କ ଶ୍ବାସପ୍ରଶ୍ବାସକ୍ରିୟା ସଙ୍କ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଅନ୍ୟୁନ ୬ଟି ରାଜ୍ୟ ପ୍ରତି ଭାରତ ସରକାର ସତର୍କତା ଜାରି କରିବା ସହିତ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତି ସମୀକ୍ଷା କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ସବୁ ରାଜ୍ୟଗୁଡ଼ିକ ହେଲେ, ରାଜସ୍ଥାନ, କର୍ଣ୍ଣାଟକ, ଗୁଜରାଟ, ଉତ୍ତରାଖଣ୍ଡ, ହରିୟାଣା ଓ ତାମିଲନାଡୁ। ସେ ରାଜ୍ୟରେ ଶ୍ବାସପ୍ରଶ୍ବାସଜନିତ ସମସ୍ୟାରେ ଆକ୍ରାନ୍ତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଡାକ୍ତରଖାନା ଓ ସ୍ବାସ୍ଥ୍ୟସେବା କର୍ମଚାରୀ ପ୍ରସ୍ତୁତ କରି ରଖିବାକୁ ଉକ୍ତ ନିର୍ଦେଶନାମାରେ କୁହାଯାଇଛି। ତେଣୁ, ଋତୁକାଳୀନ ସର୍ଦ୍ଦି ପ୍ରତି ସତର୍କତା ଅବଲମ୍ବନ କରିବା ଲାଗି କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ କହିଛି। ଏଥିପାଇଁ କ’ଣ କରିବାକୁ ଓ ନ କରିବାକୁ ହେବ, ସେସବୁ ଉଲ୍ଲେଖ କରାଯାଇ ଗାଇଡ୍‌ଲାନ୍‌ ମଧ୍ୟ ଜାରି କରାଯାଇଛି। ସେସବୁ ମଧ୍ୟରେ ରହିଛି, କାଶିବା ଅଥବା ଛିଙ୍କିବା ବେଳେ ମୁହଁ ଘୋଡ଼ାଇ ରଖିବା, ବାରମ୍ବାର ହାତ ଧୋଇବା, ମୁହଁରେ ହାତ ନ ମାରିବା, ଜନାକୀର୍ଣ୍ଣସ୍ଥାନରେ ମାସ୍କ୍‌ ବ୍ୟବହାର କରିବା। ପରିସ୍ଥିତି ଉଦ୍‌ବେଗଜନକ ନ ଥିଲେ ବି ଡାକ୍ତରୀ କର୍ମଚାରୀମାନେ ଏହି ସଂକ୍ରାମକ ରୋଗ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ କହିଛି। ତେଣୁ, ପେଡିଆଟ୍ରିକ୍‌ (ଶିଶୁ ରୋଗ ବିଭାଗ) ଓ ମେଡିସିନ୍‌ ବିଭାଗରେ ଯଥେଷ୍ଟ ବ୍ୟବସ୍ଥା କରାଯିବା ଉଚିତ। ସେହିପରି, ଗୁଜରାଟ, ଉତ୍ତରାଖଣ୍ଡ, ତାମିଲନାଡୁ ଓ ହରିୟାଣା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ରାଜ୍ୟବାସୀ ଓ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking