34.1 C
Bhubaneswar
Thursday, April 25, 2024
Homeଅପରାଧଏବେ ବି ଜେଲରେ ରହିବେ ଆର୍ୟାନ, ଜାମିନ ଆବେଦନ ଉପରେ ବୁଧବାର ଶୁଣାଣୀ

ଏବେ ବି ଜେଲରେ ରହିବେ ଆର୍ୟାନ, ଜାମିନ ଆବେଦନ ଉପରେ ବୁଧବାର ଶୁଣାଣୀ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନ ଙ୍କ ପୁଅ ଆର୍ୟାନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ ହୋଇଛି । ସ୍ପେଶାଲ ଏନଡିପିଏସ କୋର୍ଟ ରେ ଦାଖଲ ହୋଇଥିବା ଆର୍ୟାନ ଖାନ ଓ ଅରବାଜ ମର୍ଚ୍ଚାଣ୍ଟଙ୍କ ଜାମିନ ଆବେଦନ ଶୁଣାଣି ଏବେ ବୁଧବାର ହେବ । ବୁଧବାର ଏନସିବି ପକ୍ଷରୁ ପ୍ରଥମେ ଜାମିନ ଉପରେ ଜବାବ ଦାଖଲ କରାଯିବ । ଏହାପରେ କୋର୍ଟ ନିଷ୍ପତି ନେବେ ଯେ, ଆର୍ୟାନ ଖାନଙ୍କୁ ଜାମିନ ଦିଆଯିବ କି ନାହିଁ ।  ଆର୍ୟାନ ଙ୍କ ପକ୍ଷରୁ ସତୀଶ ମନୋଶିନ୍ଦେ  ଓ ତାଙ୍କ ଟିମ କୋର୍ଟରେ ଉପସ୍ଥିତ ଥିଲେ । ଏହାପୂର୍ବରୁ ମୁମ୍ବାଇର ଏକ ଅଦାଲତ  ଶୁକ୍ରବାର ଆର୍ୟାନ ଖାନ ଓ ଅନ୍ୟ ଦୁଇ ଜଣଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ । କ୍ରୁଜ ସିପରେ ଡ୍ରଗ୍ସ ପାର୍ଟି କରିବା ଅଭିଯୋଗରେ ଫସିଥିବା ଆର୍ୟାନ , ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ଉପରେ କିଲା କୋର୍ଟରେ ଶୁଣାଣୀ ହୋଇଥିଲା ଓ ସଂକ୍ଷିପ୍ତ ଶୁଣାଣି ପରେ ଅଦାଲତ ସ୍ପଷ୍ଟ କରିଥିଲେ କି ବର୍ତମାନ ତାଙ୍କୁ ଜାମିନ ମିଳିପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking