ରିଆଦ୍: ସାଉଦି ଆରବର ଏକ ତୈଳ ବିଶୁଦ୍ଧିକରଣ ଫ୍ୟାକ୍ଟ୍ରିରେ ଡ୍ରୋନ୍ ଆକ୍ରମଣ କରାଯାଇଛି । ଫ୍ୟାକ୍ଟ୍ରିରେ ସାମାନ୍ୟ ଧରଣର ଅଗ୍ନିକାଣ୍ଡ ଘଟିଥିବା ବେଳେ ବିଶେଷ କ୍ଷତି ହୋଇନଥିବା ଜଣାପଡ଼ିଛି । ତେବେ ଗୁରୁବାର ଭୋର୍ ୪.୪୦ରେ ଏହି ଆକ୍ରମଣ କରାଯାଇଥିବା ବେଳେ କିଏ କେଉଁଠୁ ଆକ୍ରମଣ କରିଛି ତାହାର ତଦନ୍ତ ଜାରି ରହିଥିବା କହିଛନ୍ତି ସାଉଦି ଆରବ ଶକ୍ତିମନ୍ତ୍ରୀ । ପରୋକ୍ଷ ଭାବେ ମନ୍ତ୍ରୀ ୟେମେନ୍କୁ ଆଖି ଆଗରେ ରଖି କହିଛନ୍ତି ଯେ, ସାଉଦି ଆରବରେ ଯେଉଁ ଆକ୍ରମଣ କରାଯାଇଛି ବା କରାଯାଉଛି ତାହା କେବଳ ଦେଶ ପାଇଁ ନୁହେଁ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ପାଇଁ ଏହା ଯୋଜନା ।
ସୂଚନାଯୋଗ୍ୟ ୨୦୧୫ ମସିହାରୁ ସାଉଦି ଆରବ ୟେମେନର ଗୃହଯୁଦ୍ଧରେ ଜଡିତ ଅଛି । ଫଳରେ ହାଉଥିସ୍ଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି । କହି ରଖୁଛୁ ଯେ, ଏହି ହାଉଥିସ୍ ମାନେ ସାନାର ରାଜଧାନୀକୁ ଅତିକ୍ରମ କରି ସେଠାରେ ସରକାରଙ୍କୁ କ୍ଷମତାରୁ ହଟାଇ ଦେଇଛନ୍ତି। ସାତ ବର୍ଷର ଯୁଦ୍ଧ ଏବଂ ଯୁଦ୍ଧ ସତ୍ତ୍ୱେ ହାଉଥିସ୍ ମାନେ ଏବଂ ଉତ୍ତର ୟେମେନର ଅନେକ ଅଂଶ ଅଧିକୃତ କରିଛନ୍ତି ।