29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶ୬୦ତମ ଉଦ୍ୟମରେ ମିଳିଲା ଡ୍ରାଇଭିଂ ଲାଇସେନ୍ସ

୬୦ତମ ଉଦ୍ୟମରେ ମିଳିଲା ଡ୍ରାଇଭିଂ ଲାଇସେନ୍ସ

ଲଣ୍ଡନ: ଡ୍ରାଇଭିଂ ଲାଇସେନ୍ସ (ଲର୍ଣ୍ଣିଂ) ପାଇବାକୁ ବ୍ରିଟେନର ଜଣେ ବ୍ୟକ୍ତି କ୍ରମାଗତ ଉଦ୍ୟମ କରି ବିଫଳ ହେବାପରେ ଶେଷରେ କୃତକାର୍ଯ୍ୟ ହୋଇଛନ୍ତି । ବିବିସି ରିପୋର୍ଟ ଅନୁଯାୟୀ ଇଂଲଣ୍ଡର ୱର୍ସେଷ୍ଟରସାୟାର କାଉଣ୍ଟିରେ ବାସ କରୁଥିବା ଏହି ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ତେବେ ୫୯ ଥର ଥିଓରୀ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାପରେ ୬୦ତମ ଉଦ୍ୟମରେ ଭାଗ୍ୟଦେବୀ ତାଙ୍କ ପ୍ରତି ପ୍ରସନ୍ନ ହୋଇଛନ୍ତି ।

ଏଥିପାଇଁ ତାଙ୍କୁ ମୋଟ ୧୭୪୮ ଡଲାର ଖର୍ଚ୍ଚ କରିବାକୁ ପଡିଛି । ବ୍ରିଟେନରେ ପ୍ରଚଳିତ ନିୟମ ଅନୁଯାୟୀ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ୫୦ ମଧ୍ୟରୁ ୪୩ଟି ମଲ୍‌ଟିପୁଲ ଚଏସ୍ ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ପଡିଥାଏ । ପ୍ରଥମ ଟେଷ୍ଟ୍‌ରେ ବିଫଳ ହୋଇଥିବା ପ୍ରାର୍ଥୀ ତିନିଦିନ ପରେ ଦ୍ୱିତୀୟ ଟେଷ୍ଟ ଦେବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ୨୦୨୨-୨୩ରେ ବ୍ରିଟେନରେ ୪୪ ପ୍ରତିଶତ ଆବେଦନକାରୀଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ମିଳିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking