24.1 C
Bhubaneswar
Sunday, January 12, 2025
Homeବ୍ରେକୀଙ୍ଗସେନା ଦିବସରେ କଣ କହିଲେ ସେନା ମୁଖ୍ୟ

ସେନା ଦିବସରେ କଣ କହିଲେ ସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟ ସୀମାନେ ତିକ୍ତତା ମଧ୍ୟରେ ଆଜି ଅର୍ଥାତ ୧୫ ଜାନୁଆରୀରେ ସେନା ଦିବସ ପାଳନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ବିଶେଷ ବ୍ୟକ୍ତିଗଣ ଦେଶର ଯବାନଙ୍କ ବିରତାକୁ ସଲାମ କରିଛନ୍ତି । ସେନା ଦିବସ ଅବସରରେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଚୀନକୁ ଜବାବ ଦେଇ କହିଛନ୍ତି ଯେ, କିଏ ବି ଭାରତର ଧୈର୍ଯ୍ୟ ପରୀକ୍ଷା କରିବାକୁ କିଏ ଭାବନ୍ତୁନି । ଏହାସହ ଗଲୱାନ ରେ ପ୍ରାଣବଳୀ ଦେଇଥିବା ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତେ ଚୀନ ସହ ବର୍ତମାନର ଉତ୍ତେଜନା ସଂପର୍କରେ ସମସ୍ତେ ଜାଣିଛନ୍ତି । ଏକପାଖିଆ ଭାବରେ ସୀମାରେ ସ୍ଥିତି ପରିବର୍ତନ କରିବାକୁ ଷଡଯନ୍ତ୍ର ନେଇ ଭାରତ ପକ୍ଷରୁ କଡା ଜବାବ ଦିଆଯାଇଛି । ଦେଶବାସୀଙ୍କୁ ସେ ବିଶ୍ୱାସ ଦେଇ କହିଛନ୍ତି ଯେ, ଗଲୱାନ ଘାଟିରେ ନିଜ ଜୀବନ ଦେଇଥିବା ସୈନିକଙ୍କ ବଳିଦାନ କେବେ ବ୍ୟର୍ଥ ହେବ ନାହିଁ । ବାର୍ତ୍ତାଳାପ ଜରିଆରେ ଭାରତ ଏହାର ସମାଧାନ କରିବାକୁ ଚାହୁଁଛି । କେହି ବି ଯେମିତି ଭାରତର ଧୈର୍ଯ୍ୟ ପରୀକ୍ଷା ନକରନ୍ତୁ ବୋଲି ସେ ଚେତାବନୀ ଦେଇ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking