34.1 C
Bhubaneswar
Friday, March 29, 2024
HomeUncategorizedକୃଷକଙ୍କୁ ଶେଷ କରିବା ପାଇଁ କୃଷି ଆଇନ

କୃଷକଙ୍କୁ ଶେଷ କରିବା ପାଇଁ କୃଷି ଆଇନ

ନୂଆଦିଲ୍ଲୀ: କେନ୍ଦ୍ର କୃଷି କାନୁନ ବିରୋଧରେ ସରକାରଙ୍କୁ ବିରୋଧ ଓ କୃଷକଙ୍କୁ ସମର୍ଥନ କରିବା ପାଇଁ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । କାନୁନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ସହ କଂଗ୍ରେସ ଛିଡା ହୋଇ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଦିଲ୍ଲୀ ଉପ ରାଜ୍ୟପାଳ ଅନିଲ ବ୍ୟାଜଲଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । କେନ୍ଦ୍ର କୃଷି କାନୁନକୁ କଳା କାନୁନ କହି କୃଷକ ଗତ ୫୦ ଦିନ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ବୋଲି କହିଛନ୍ତି । କାନୁନ ଉପରେ ଗଢି ଉଠିଥିବା ଗତିରୋଧକୁ ଶେଷ କରିବା ସହ ଉପାୟ ନେଇ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଜି କଥାବାର୍ତା ଚାଲିଛି । ବିଜେପି ସରକାରକୁ କୃଷି କାନୁନ ଆଇନକୁ ହଟାଇବାକୁ ପଡିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଯେ ପର୍ଯ୍ୟନ୍ତ ସରକାର ଏହାକୁ ନ ଉଠାଇଛନ୍ତି, ସେ ପର୍ଯ୍ୟନ୍ତ କଂଗ୍ରେସ ପଛକୁ ଫେରିବ ନାହିଁ ବୋଲି କହିଛନ୍ତି ରାହୁଲ । ଏହି କାନୁନ କୃଷକଙ୍କୁ ସାହାଯ୍ୟ କରିବ ନାହିଁ । ବଂର ତାଙ୍କୁ ଶେଷ କରିବା ପାଇଁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking