36.1 C
Bhubaneswar
Tuesday, May 21, 2024
Homeଓଡିଶାଡ୍ୟୁଟି ସମୟରେ ଶୋଇ ପଡିଲେ ଡାକ୍ତରବାବୁ

ଡ୍ୟୁଟି ସମୟରେ ଶୋଇ ପଡିଲେ ଡାକ୍ତରବାବୁ

ଢେଙ୍କାନାଳ: ମେଡିକାଲ ଡ୍ୟୁଟି ସମୟରେ ମଦ ନିଶାରେ ଶୋଇପଡ଼ିଲେ ଡାକ୍ତର ବାବୁ । ଏଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲାର ଶ୍ରୀରାମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି । ସିକ୍ୟୁରିଟି ଗାର୍ଡର ସତ ଚେଷ୍ଟା ପରେ ବି ଉଠିଲେନି ଡାକ୍ତରବାବୁ । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ, ଢେଙ୍କାନାଳର ଶ୍ରୀରାମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଶାଗ୍ରସ୍ତ ଭାବରେ ଏକ ଡାକ୍ତର ନିଜ ଅଫିସ ଟେବୁଲରେ ଶୋଇଥିବାର ଦେଖିବାକୁ ମିଳିଥିଲା । ରୋଗୀଙ୍କ ଭିଡ଼ ଜମିବା ପରେ ସିକ୍ୟୁରିଟି ଗାର୍ଡ ଆସି ଡାକ୍ତରଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ବି ଉଠିଲେ ନାହିଁ ଡାକ୍ତର । ଢେଙ୍କାନାଳ ଜିଲ୍ଲା ଗଁଦିଆ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଡାକ୍ତର ଜଣକ ନିଶାଗ୍ରସ୍ତ ଭାବରେ ଡ୍ୟୁଟି କରୁଥିବାର ଦେଖିବାକୁ ମିଳିଛି । ପରେ ଅନ୍ୟ ଏକ କର୍ମଚାରୀ ତାଙ୍କୁ ଉଠାଇ ସ୍ଥିତିକୁ ସମ୍ଭାଳୁ ଥିବାର ଭିଡିଓରେ ଦେଖିବାକୁ ମିଳିଛି । ଡାକ୍ତର ଜଣକ ନିଶାଗ୍ରସ୍ତ ହୋଇ ଶୋଇ ପଡିଥିବାର ଅଭିଯୋଗ ହୋଇଛି । ଡାକ୍ତରଙ୍କୁ ଉଠାଇବା ପରେ ସେ ଚାଲିବା ଅବସ୍ଥାରେ ବି ନଥିଲେ । ଏଭଳି ଏକ ଦୁଃର୍ଭାଗ୍ୟଜନକ ଘଟଣା ବରମ୍ବାର ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳୁଛି । ପୂର୍ବରୁ ମଧ୍ୟ ଡେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ଜଣେ ଡାକ୍ତର ନିଶାଗ୍ରସ୍ତ ଭାବରେ ଜଣେ ପୋଲିସ ଅଧିକାରୀଙ୍କୁ ଗାଳି ଦେବା ସହ ହାତ ମଧ୍ୟ ଉଠାଇଥିଲେ । ଏନେଇ ଏବେ ଯାଏଁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏସବୁ ଘଟଣାକୁ ନେଇ ଢେଙ୍କାନାଳ ସିଡିଏମଓ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏନେଇ ଶୀଘ୍ର ତଦନ୍ତ ଆରମ୍ଭ ହେବ ଏବଂ ଦୋଷୀକୁ କଠୋର ଦଣ୍ଡ ମଧ୍ୟ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking