23.1 C
Bhubaneswar
Tuesday, February 11, 2025
Homeଓଡିଶାକଳା ପଥର ମାଫିଆ ସାମ୍ରାଜ୍ୟ ଦୋହଲି ଯାଉଛି; ଏସପିଙ୍କ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା

କଳା ପଥର ମାଫିଆ ସାମ୍ରାଜ୍ୟ ଦୋହଲି ଯାଉଛି; ଏସପିଙ୍କ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା

ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଆଇନ କୁ ଉଲଙ୍ଗନ କରି କଳାପଥର ମାଫିଆ ମାନେ ରାଜନୀତିର ଛାୟା ତଳେ ରହି କଳା ପଥର ଲୁଟୁ ଥିଲେ । ସରକାର ଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ଘଟୁଥିଲା l କଳା ପଥ ର ଲୁଟେରା ମାନେ ସମ୍ପୃକ୍ତ ଅଂଚଳ ର ପ୍ରଶାସନ ଅଧିକାରୀ ପୋଲିସ କୁ ମଧ୍ୟ ମୁଁହ ବାନ୍ଧି କଳା ପଥର ଲୁଟ ର ସାମ୍ରାଜ୍ୟ କରି ଥିଲେ ସବୁ ଦିନ ସମାନ ନୁହେଁ ଏବେ କଳାପଥର ସାମ୍ରାଜ୍ୟ ଉପରେ ଚଡକ ପଡିଛି । ବାରୁଦ ଗଦା ଉପରେ ଠିଆ ହୋଇଛି ଏସପି ଙ୍କନିର୍ଦେଶ ରେ ଧର୍ମଶାଳା ପୋଲିସ ଚେହିଁ ଉଠିଛି । 15ବର୍ଷ ର କଳା ପଥର ମାଫିଆ ଙ୍କ ରାଜ ସମାପ୍ତ ହେବାକୁ ଯାଉଛି । ଯାଜପୁର ଏସ.ପି ରାହୁଲ.ପି ଆରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଧର୍ମଶାଳାର ଚୋରା ବିସ୍ପୋରକ ସାମ୍ରାଜ୍ୟ ଉପରେ ପୁଲିସ ଚଢାଉ କରିଛି । ଏହାପରେ ବି ବରଡା ଏବଂ ବାଜବାଟୀ ପାହାଡ ମାଫିଆଙ୍କ ବିସ୍ପୋରକ ସମ୍ରାଜ୍ୟକୁ ପୋଲିସର ହାତ ନ ପାଇବା ନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଅତି ବିପଦଜନକ ବିସ୍ପୋରକ ସାମଗ୍ରୀ ଦ୍ୱାରା ଏହି ଅଂଚଳରେ ରୀତିମତ ପାହାଡ ଫଟା ଚାଲିଛି । ଗୋଟିଏ ଗୋଟିଏ ବିସ୍ପୋରଣରେ ପାହାଡରୁ ହଜାର ହଜାର ଟ୍ରିପର ମୂଲ୍ୟବାନ ପଥର ଖସିଥାଏ । ସରକାର ପ୍ରତିଦିନ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଜଙ୍ଗଲ ଓ ପରିବେଶ ଧ୍ୱଂସାଭିମୁଖୀ ହୋଇଥିବା ବେଳେ ଏହି ବ୍ଲାଷ୍ଟିଂର ପ୍ରଭାବରେ ପାହାଡ, ନିକଟବର୍ତି ଶତାଧିକ ଗ୍ରାମରେ ପ୍ରତି ଦିନ ବହୁବାର ଅନୁଭୂତ ହୋଇଥାଏ ମୃଦୁ ଭୂମିକମ୍ପ । ଏ ସମ୍ପର୍କ ସମ୍ପକ୍ତ ଗ୍ରାମ ବାସି ମାନେ ବହୁ ବର୍ଷ ଧରି ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଗୁହାରି ଜଣାଉ ଥିଲେ କିଛି ସୁଫଳ ମିଳୁନଥିଲା ଓଲଟା ମାଫିଆ ଙ୍କ ଦ୍ୱରା ଆକ୍ରମଣ ର ଶିଖାର ହୋଇ ଆସୁ ଥିଲେ । ୧୫ ବର୍ଷ ପୂର୍ବରୁ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ କୌଣସି ପାହାଡରେ ୱାଗନ ହୋଲ ବ୍ଲାଷ୍ଟିଂ କରାନଯିବାକୁ କଡା ନିର୍ଦ୍ଦେଶ ଦିଆଯାଇ ଥିଲା । ଏହି ଆଧାରରେ ଯାଜପୁର ଜିଲ୍ଲାପାଳ ଓ ଯାଜପୁର ଏସ.ପିଙ୍କ ତରଫରୁ ପ୍ରତ୍ୟେକ ତହସିଲ ଏବଂ ଥାନାକୁ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଆସିଥିଲା । ହେଲେ ପ୍ରତ୍ୟେକ ମାସରେ ବହୁ ଲକ୍ଷ ଟଙ୍କାର ମାସିକିଆ ବଟି ଲୋଭରେ ପୋଲିସ ଏବଂ ପ୍ରଶାସନିକ ବାବୁମାନେ ଥରୁଟେ ବି କାର୍ଯ୍ୟାନୁଷ୍ଠାନ ନେବାର ଦେଖାଯାଉ ନ ଥିଲା । ସେ ଯାହା ହେଉନା କାହିଁକି, ନିକଟରେ ଯାଜପୁର ଏସ.ପିଙ୍କ ନିର୍ଦ୍ଦେଶରେ ଏହି ତଥାକଥିତ କାରବାର ଉପରେ ଲଗାମ ଦେବା ପାଇଁ ଜିଲ୍ଲାର ବିଶ୍ୱସ୍ଥ ପୋଲିସ ଅଧିକାରୀଙ୍କ ଦ୍ୱାରା ବିସ୍ପୋରକ ଦ୍ରବ୍ୟର ଚୋରା ର‌୍ୟାକେଟର ପର୍ଦ୍ଧାଫାସ କରିବା ପାଇଁ ଜାଲ ବିଛା ଯଇଥିଲା । ଛଦ୍ମ ବେଶରେ ପୋଲିସ ପ୍ରାୟ ଗୋଟିଏ ସପ୍ତାହ ହେଲା ଚଢେଇଧରା ଓ ବରଡା ଆଦି ଅଂଚଳରେ ବୁଲି ବୁଲି ଖବର ସଂଗ୍ରହ କରିଥିଲେ । ଏହାର ଫଳସ୍ୱରୂପ ରବିବାର ରାତିରେ ଚଡେଇଧରାର ଉପରଛକ, ନୂଆ ସାତମାଣ, ପୁରୁଣା ସାତମାଣରେ ତିନି ସ୍ଥାନରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀକୁ ଜବତ କରାଯାଇଛି । ହେଲେ ଯେଉଁ ଘର ଭିତରେ ଏହି ସାମଗ୍ରୀ ରହିଛି ସେହି ଘର ତାଲା ପଡିଥିବାରୁ ଉକ୍ତ ଘରକୁ ସିଲ କରାଯାଇଛି । ଏହି ସମସ୍ତ ସାମଗ୍ରୀ ସ୍ଥାନୀୟ ରଘୁ ସାହୁ ନାମକ ଜଣେ ବ୍ୟବସାୟୀଙ୍କର ବୋଲି ଜଣା ପଡିଥିବା ବେଳେ ରଘୁ ସାହୁ ଏବଂ ତାଙ୍କ ପୁଅ ଫେରାର ହୋଇ ଯାଇଛନ୍ତି । ରଘୁ ସାହୁଙ୍କ ନିକଟକୁ ଆସିଥିବା ଗୋଟିଏ ବିସ୍ପୋରକ ସାମଗ୍ରୀ ବୋଝେଇ ଗାଡିକୁ ମଧ୍ୟ ଜବତ କରାଯାଇଛି । ଏହା ପରେ ଚଢେଇଧରାର ରଙ୍ଗାଧର ପ୍ରଧାନଙ୍କ ଘରେ ବିସ୍ପୋରକ ସାମଗ୍ରୀ ଥିବାର ପୋଲିସ ଜାଣି ଉକ୍ତ ଘରକୁ ମଧ୍ୟ ସିଲ କରିଛି । ହେଲେ ରଙ୍ଗାଧର ପ୍ରଧାନ ଫେରାର ହୋଇ ଯାଇଛନ୍ତି । ଏଥିନେଇ ଜେନାପୁର ଥାନାରେ ଦୁଇଟି ପୃଥକ ପୃଥକ କେସ ଯଥାକ୍ରମେ ୨୮୭ ଏବଂ ୨୮୮ ରୁଜୁ କରାଯାଇଛି ।
ଅପରପକ୍ଷରେ, ଏବେ ଜେନାପୁର ଥାନା ଅନ୍ତର୍ଗତ ବରଡା ଏବଂ ବାଜବାଟୀ ପାହାଡରେ ସର୍ବାଧିକ ବିସ୍ପୋରକ ସାମଗ୍ରୀ ବ୍ୟବହାର ହେଉଛି । ଏହି ପାହାଡରେ ଅହରହ ହେଉଥିବା ବେଆଇନ ବ୍ଲାଷ୍ଟିଂ ପାଇଁ ବିସ୍ପୋରକ ସାମଗ୍ରୀ କେଉଁଠାରୁ ଆସୁଛି ଏବଂ କେଉଁଠାରେ ଗଚ୍ଛିତ ରହିଛି ତାହା ସମସ୍ତେ ଜାଣନ୍ତି । ଏହି ଦୁଇ ପାହାଡରେ ପ୍ରତ୍ୟେକ ଦିନ ଟନ ଟନ ବିସ୍ପୋରକ ସାମଗ୍ରୀ ବ୍ୟବହାର ହେଉଛି । ଏକା ସମୟରେ ଏହି ପାହାଡରେ ବ୍ଲାଷ୍ଟିଂ ପାଇଁ ଗଚ୍ଛିତ ଥିବା ବିସ୍ପୋରକ ସାମଗ୍ରୀ ଉପରେ ଚଢାଉ କରାଯାଇଥିଲେ ସମଗ୍ର ରାଜ୍ୟ ପାଇଁ ଏହା ଏକ ବଡ ଧରଣର ଚଢାଉ କରିବା ପାଇଁ ଦାବି ହେଉଛି l l ହୋଇଥାନ୍ତା ବୋଲି ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ପୋଲିସ ମହାନିର୍ଦ୍ଦୋକଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି । ହେଲେ ଏହା ଉପରେ ଚଢାଉ କରାନଯିବାକୁ ନେଇ ସାଧାରଣରେ ବିଭିନ୍ନ କଥା ଶୁଣାଯାଉଛି । ତେବେ ୩ଟି ସ୍ଥାନରେ ଚଢାଉ ପରେ ମାଫିଆଙ୍କ ଶିବିରରେ ଛାନିଆ ପଶିଥିବା ବେଳେ ଉଭୟ ଜେନାପୁର ଏବଂ ଧର୍ମଶାଳା ଥାନା ଅଂଚଳରୁ ପୋଲିସ ନାମରେ ଯାଉଥିବା ମାସିକିଆ ଚାନ୍ଦାନେଉଥିବା ପୋଲିସ ମାନଙ୍କ ନେଇ ମଧ୍ୟ କୋକୁଆଭୟ ସୃଷ୍ଟି ହୋଇଛି । । ତେବେ ଚଢ଼ଉକୁ ନେଇ ସାଧାରଣରେ ଏସ.ପିଙ୍କୁ ପ୍ରଶଂସା କରାଯାଉଥିବା ବେଳେ ଚଢେଇଧରାରେ ଥିବା ଅନ୍ୟ ନାମକରା ମାଫିଆଙ୍କ ସହ ବରଡା ଓ ବାଜବାଟୀ ମାଫିଆଙ୍କୁ ନେଇ ଏସ.ପିଙ୍କ ଆଗାମୀ ପଦକ୍ଷେପକୁ ଲୋକେ ଅପେକ୍ଷା କରିଛନ୍ତି । ଏସ.ପିଙ୍କ ଏଭଳି ପଦକ୍ଷେପ ପାଇଁ ଧର୍ମଶାଳା ଅଂଚଳ ରେ ଏସ ପି ଙ୍କ ପ୍ରଶଂସା ଚର୍ଚ୍ଚା ଚାଲିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking