28.1 C
Bhubaneswar
Friday, April 26, 2024
Homeଓଡିଶାଘରେ ଥାଇ କିପରି କରିବେ ଚିକିତ୍ସା ଜାଣିଛନ୍ତି କି ?

ଘରେ ଥାଇ କିପରି କରିବେ ଚିକିତ୍ସା ଜାଣିଛନ୍ତି କି ?

ଭୁବନେଶ୍ୱର : ସବୁ କରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଲକ୍ଷଣ ନଥିବା କିମ୍ବା ଲକ୍ଷଣ ଥିବା ରୋଗୀ ଘରେ ରହି ଚିକିତ୍ସା ହୋଇପାରିବେ । ଏହି ସମୟରେ ଅମ୍ଳଜାନ ସ୍ତର ଦେଖିବା ଗୁରୁତ୍ୱପୂର୍ଣ୍ଣ । ହେଲେ ଆସନ୍ତୁ ଜାଣିବା ଘରେ ରହି କିପରି କରିବେ ଚିକତ୍ସା….
୧) ସତର୍କତା ଓ ଘରୋଇ ଉପଚାର –
ଘରେ ଅଳ୍ପ ଅକ୍ସି ମିଟର ରଖି ଅମ୍ଳଜାନ ସ୍ତର ଦେଖିବେ ।
ପାରାସିଟାମଲ୍ ଘରେ ରଖନ୍ତୁ ।
ଗୃହବଦ୍ଧରେ ରହି ବିଶ୍ରାମ କରନ୍ତୁ ।
ଗରମ ପାଣି ବାମ୍ଫ ନିଅନ୍ତୁ ।
କକ୍ଷରେ ବାୟୁ ଚଳାଚଳର ଉପଯୁକ୍ତ ବ୍ୟବସ୍ଥା ରହୁ ।
ମାସ୍କ ସବୁବେଳେ ପିନ୍ଧନ୍ତୁ ।

୨) ଅମ୍ଳଜାନ ସ୍ତର ୯୨ ପ୍ରତିଶତ ବୃଦ୍ଧି ହେଲେ କ’ଣ କରିବେ….
ଜ୍ୱର, ଦେହ ପୀଡ଼ା ହେଲେ ପାରାସିଟାମଲ ଖାଆନ୍ତୁ ।
ପର୍ଯ୍ୟାପ୍ତ ପାଣି ପିଇବା ସହିତ ଚିନି, ଲୁଣ ମିଶାଇ ପାଣି ପିବା ଉଚିତ୍ ।
ଫୁସ୍‌ଫୁସ୍‌ରେ ଅମ୍ଳଜାନର ମାତ୍ରା ବୃଦ୍ଧି ପାଇଁ ପେଟ ମାଡ଼ି ଶୋଇବା ଉଚିତ୍ ।
ଲକ୍ଷଣ ବାହାରିଲେ ଦୈନିକ ୨ଥର ଷ୍ଟେର୍‌ଏଡ୍ ନିଅନ୍ତୁ ।

୩) ଅମ୍ଳଜାନ ସ୍ତର ୯୨ ପ୍ରତିଶତ କମ୍ ରହିଲେ କ’ଣ କରିବେ….
୬ଏମ୍‌ଜି ପାୱାର୍‌ର ଡେକ୍ସା ମେଥାସନ୍ ଦୈନିକ ଗୋଟିଏ କରି ୧୦ ଦିନ ପର୍ଯ୍ୟନ୍ତ ଖାଇବେ ।
ପର୍ଯ୍ୟାପ୍ତ ପାଣି ପିଇବେ, ହାତ ଗୋଡ଼ ଧୋଇବେ ଏବଂ ଜ୍ୱର ହେଲେ ପାରାସିଟାମଲ୍ ଖାଆନ୍ତୁ ।
ଯଦି ସମ୍ଭବ ଘରେ ଅମ୍ଳଜାନ (ହୋମ୍ ଅକ୍ସିଜେନ୍‌) ବ୍ୟବହାର କରନ୍ତୁ । ଯେପରିକି ଅମ୍ଳଜାନ ସ୍ତର ୯୨ ପ୍ରତିଶତରୁ ଅଧିକ ରହିବ ।
ଅମ୍ଳଜାନ ସ୍ତର ନିରୀକ୍ଷଣ କରନ୍ତୁ । ଏହା ୮୫ପ୍ରତିଶତରୁ କମ୍ ହେଲେ କିମ୍ବା ପ୍ରତିମିନିଟ୍‌ରେ ୪ଲିଟରରୁ ବେଶି ଆବଶ୍ୟକ ହେଲେ ଡାକ୍ତରଖାନା ଯାହାନ୍ତୁ ।
ରୋଗୀଙ୍କ ସ୍ଥିତି ଗୁରୁତର ହେଲେ ଲକ୍ଷଣ ବହାରିବାର ୧୪ଦିନ ମଧ୍ୟରେ ୧୦ ଲିଟରୁ ଅଧିକ ଅମ୍ଳଜାନ ଆବଶ୍ୟକ ଥିଲେ ତଥା ଡକ୍ସାମେଥାସନ୍ ଖାଉଥିଲେ ଏହା ନେଇ ପାରିବେ । ନିମୋନିଆ ଜଟିଳ ହୋଇଯାଇଥିଲେ କ୍ୱିଚିତ୍ ମାମଲାରେ ଅଗ୍‌ମେଣ୍ଟିନ୍ କିମ୍ବା ସେହିଭଳି ଆଣ୍ଟିବାୟୋଟିକ୍ ନେଇ ପାରିବେ ।

ଔଷଧ ସେବନ ଏବଂ ଚିକତ୍ସା –
ଚିକିତ୍ସା ଯାହା ପ୍ରଭାବବିହୀନ :
ଲିଭରମେକଟିନ୍‌, ଆଜିଥ୍ରୋମାଇସନ୍‌, ହାଇଡ୍ରୋଅକ୍ସିକ୍ଲୋରୋକୁଇନ୍‌, କନ୍‌ଭେଲେସନ୍ ପ୍ଲାଜାମ୍‌, ଭିଟାମିନ୍ ଡି, ଜିଙ୍କ, ଟକ୍ସିସାଇକ୍ଲିନ୍‌, ସ୍ଲେଭିପିରାଭିର୍‌, ଲୋପିନାଭିର୍‌-ରିଟୋନାଭିର୍ ।
ରେମଡେସଭିର୍ : ରେମ୍‌ଡେସଭିର୍ କମ୍ ସମୟେରେ କୋଭିଡ୍‌ର ଲକ୍ଷଣ ଦୂର କରିଦିଏ । କିନ୍ତୁ ମୃତ୍ୟୁ ହାର ହ୍ରାସ କରିପାରୁ ନାହିଁ । ତେଣୁ ଅମ୍ଳଜାନ ସ୍ତର ହ୍ରାସ ପାଇଲେ ଡାକ୍ତରଙ୍କ ପରାମର୍ଶରେ ଏହା ଗ୍ରହଣ କରାଯାଇପାରିବ । ଅମ୍ଳଜାନ ସ୍ତର ସ୍ୱାଭାବିକ୍ ଥିଲେ ଏହା ଗ୍ରହଣ କରିବା ଅନୁଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking