31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଆବଶ୍ୟକତାଠାରୁ ଅଧିକ ସୁନା ରଖିଛନ୍ତି କି?ଆଇନ ଅନୁଯାୟୀ ହୋଇପାରନ୍ତି ଦଣ୍ଡିତ..

ଆବଶ୍ୟକତାଠାରୁ ଅଧିକ ସୁନା ରଖିଛନ୍ତି କି?ଆଇନ ଅନୁଯାୟୀ ହୋଇପାରନ୍ତି ଦଣ୍ଡିତ..

ନୂଆଦିଲ୍ଲୀ:ମହିଳାମାନେ ସାଧାରଣତଃ ଗହଣା ପିନ୍ଧିବାକୁ ପସନ୍ଦ କରିଥା’ନ୍ତି । ବିବାହ ହେଉ କି କୌଣସି ପାରମ୍ପରିକ ଉତ୍ସବ ସବୁଥିରେ ନିଜକୁ ଗହଣାରେ ସଜେଇ ହେବାକୁ ପସନ୍ଦ କରିଥା’ନ୍ତି ମହିଳାମାନେ । ଅକ୍ଷୟ ତୃତୀୟା ଓ ଧନତେରାସ ଭଳି ଦିନରେ ସୁନା କିଣିବାର ପରମ୍ପରା ମଧ୍ୟ ରହିଛି । ଖାଲି ସେତିକି ନୁହେଁ, ବିବାହବାର୍ଷିକୀ, ଜନ୍ମଦିନ ପରି ସ୍ୱତନ୍ତ୍ର ଦିନରେ ମହିଳାମାନଙ୍କୁ ପ୍ରାୟ ସେମାନଙ୍କ ସ୍ୱାମୀ ସୁନା ଉପହାର ଦେଇଥା’ନ୍ତି । ଯାହାକୁ ପାଇ ମହିଳାମାନେ ବେଶ୍ ଖୁସି ହୋଇଥା’ନ୍ତି ।
ହେଲେ ଆପଣ ଜାଣନ୍ତିକି ? ଆଇନ ଅନୁସାରେ ଆପଣ, ଆପଣଙ୍କ ଘରେ କେତେ ସୁନା ରଖିପାରିବେ ? ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଘରେ କେତେ ପରିମାଣର ସୁନା ରଖିବାର ଆଇନ ରହିଛି ? ଆସନ୍ତୁ ଜାଣିବା…
ଆପଣ ଏହା ଜାଣିବା ନିହାତି ଜରୁରୀ ଯେ, ଜଣେ ବିବାହିତ ମହିଳା ନିଜ ପାଖରେ ୫୦୦ ଗ୍ରାମ୍ ସୁନା ରଖିପାରିବେ । ସେହିପରି ଜଣେ ଅବିବାହିତ ଯୁବତୀ ନିଜ ପାଖରେ ୨୫୦ ଗ୍ରାମ୍ ସୁନା ରଖିପାରିବେ ବୋଲି ସୂଚନା ରହିଛି । ସୁନା ଆଇନ ଅନୁସାରେ ଜଣେ ପୁରୁଷ ମଧ୍ୟ ନିଜ ପାଖରେ ସୁନା ରଖିବାରେ କଟକଣା ରହିଛି ।
ଜଣେ ପୁରୁଷ ନିଜ ପାଖରେ ୧୦୦ ଗ୍ରାମ ସୁନା ରଖିପାରିବେ ବୋଲି ସୂଚନା ରହିଛି । ନିୟମ ଅନୁଯାୟୀ ଆପଣ ଆଇନ୍ ଅନୁସାରେ ସୁନାକିଣି ଆପଣଙ୍କ ନିକଟରେ ରଖିପାରିବେ । ହେଲେ ନିର୍ଦ୍ଧାରିତ ଗ୍ରାମ୍ ଠାରୁ ଅଧିକ ସୁନା କିଣି ବିକ୍ରି କଲେ ଟ୍ୟାକ୍ସ ଲାଗିବ ।
ସବୁଠାରୁ ବଡ଼ କଥା ହେଉଛି, ଯେପର‌୍ୟ୍ୟନ୍ତ ଆପଣ ସୁନା ବିକ୍ରି କରିନାହାନ୍ତି । ସେପର‌୍ୟ୍ୟନ୍ତ ଆପଣଙ୍କ ସୁନା ଉପରେ ଟ୍ୟାକ୍ସ ଲାଗିବ ନାହିଁ । ଯେବେ ଆପଣଙ୍କ ନିକଟରେ ଥିବା ସୁନାକୁ ଆପଣ ବିକ୍ରି କରିବେ ସେବେ ଟ୍ୟାକ୍ସ ଲାଗିବ ବୋଲି କୁହାଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking