ନୂଆଦିଲ୍ଲୀ: ବର୍ତମାନ ସମୟରେ ସବୁକିଛି ଅନଲାଇନ ହେଉଛି । ପୋଲିସ ମଧ୍ୟ ଅନଲାଇନ ଚାଲାଣ କାଟୁଛନ୍ତି । ଆଜିର ସମୟରେ ଏହା ଜରୁରୀ ନୁହେଁ ଯେ, ଯେତେବେଳେ ରାସ୍ତାରେ ପୋଲିସ ଆପଣଙ୍କୁ ଅଟକାଇବ, ସେତେବେଳେ ଆପଣଙ୍କ ଚାଲାଣ କାଟିବ, ବରଂ ଏବେ ପୁଲିସ ଯାତାୟାତ ସମୟରେ ରାସ୍ତାରେ କ୍ୟାମେରା ଲଗାଇ ଦେଇଛନ୍ତି । ଏମିତିରେ ଯଦି ଆପଣ କିଛି ନିୟମ ଉଲ୍ଲଂଘନ କରୁଛନ୍ତି, ତେବେ ଚାଲାଣ ସିଧା ଆପଣଙ୍କ ଘରେ ପହଂଚି ଯିବ ।
ଆପଣ ଯଦି ପିଲାଙ୍କୁ ମୋଟର ସାଇକେଲରେ ବସାଉଛନ୍ତି, ଏହି ନିୟମ ଜାଣିବା ନିହାତି ଜରୁରୀ । ନୂଆ ମୋଟର ଭେଇକିଲ ଆକ୍ଟ ହିସାବରେ ୪ ବର୍ଷରୁ ଅଧିକ ବୟସର ପିଲାକୁ ତୃତୀୟ ସିଟରେ ଗଣାଯିବ । ଯଦି ଆପଣ ଦୁଇ ଜଣ ବାଇକରେ ଯାଉଛନ୍ତି, ଆଉ ଆପଣଙ୍କ ସହ ଗୋଟିଏ ପିଲା ବି ଅଛି ଓ ତାର ବୟସ ୪ ବର୍ଷରୁ ଅଧିକ, ତେବେ ଆପଣଙ୍କର ଚାଲାଣ କଟିପାରେ ।
କାରଣ ନୂଆ ମୋଟର ଭେଇକିଲ ଆକ୍ଟ ଅନୁସାରେ, ୪ ବର୍ଷରୁ ଅଧିକ ବୟସର ପିଲାକୁ ତୃତୀୟ ସିଟରେ ଗଣାଯିବ । ଯଦି ଜଣେ ବ୍ୟକ୍ତି ୪ ବର୍ଷରୁ ଅଧିକ ବୟସର ପିଲାକୁ ନିଜ ସହ ନେଇ ଯାଉଛନ୍ତି, ତେବେ ପିଲାଟି ହେଲମେଟ ପିନ୍ଧିବା ଜରୁରୀ । ଯଦି ଏମିତି ନକରୁଛନ୍ତି, ତେବେ ସେକ୍ସନ ୧୯୪ଏ ଅନୁଯାୟୀ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ ।
ବାଇକ କିମ୍ବା ସ୍କୁଟିରେ ଆପଣ ଦୁଇ ଜଣ ଯଦି ଯାଉଛନ୍ତି, ୪ ବର୍ଷରୁ ଅଧିକ ବୟସ ଥିବା ପିଲାକୁ ସାଙ୍ଗରେ ନିଅନ୍ତୁ ନାହିଁ । ନେହେଲେ ଆପଣଙ୍କର ଚାଲାଣ କଟିପାରେ ।
ଦେଶରେ ଟୁ ହ୍ୱିଲର ଲାଇସେନ୍ସ ଦୁଇଟି ଲେବଲ ଉପରେ ଦିଆଯାଏ । ଏଥିରେ ପ୍ରଥମ ଲେବଲ ୧୬ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏବଂ ଅନ୍ୟଟି ୧୮ରୁ ଅଧିକ ବୟସ ଥିବା ବ୍ୟକ୍ତିଙ୍କ ପାଇଁ । ସେଥିପାଇଁ ୧୬ରୁ ୧୮ ବର୍ଷ ବୟସର ପିଲା ବି ଟୁ ହ୍ୱିଲର ଚଲାଇପାରିବେ । ତେବେ ସେମାନଙ୍କୁ କେବଳ ବିନା ଗିଅରଯୁକ୍ତ ଦୁଇ ଚକିଆ ଯାନ ଚଲାଇବା ପାଇଁ ଅନୁମତି ଦିଆଯିବ । ଏଥିରେ ସର୍ତ୍ତ ମଧ୍ୟ ରହିବ ଗାଡି ମ୍ୟାକ୍ସିମମ ୫୦ ସିସିର ହେବା ଦରକାର ।
କହିରଖୁଛୁ, ଦେଶରେ ଲଗାତର ଭାବରେ ବଢୁଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ଟ୍ରାଫିକ ରୁଲ୍ସ ୨୦୨୦ ଲାଗୁ କରିଛନ୍ତି । ଯଦି ଆପଣ କୌଣସି ବି ଟ୍ରାପିକ ନିୟମ ଭାଙ୍ଗନ୍ତି, ତେବେ ଆପଣଙ୍କୁ ଦୁଇଗୁଣା ଜରିମାନା ଦେବାକୁ ପଡିବ ।