26.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶଗୁଗୁଲରେ ଭୁଲରେ କରନ୍ତୁନି ସର୍ଚ୍ଚ

ଗୁଗୁଲରେ ଭୁଲରେ କରନ୍ତୁନି ସର୍ଚ୍ଚ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକେ ଗୁଗୁଲକୁ ଡାକ୍ତର ମାନନ୍ତି । କିଛି ବି ରୋଗ ହେଲେ ସେମାନେ ଲକ୍ଷଣ ପକାଇ ମେଡିସିନ ବିଷୟରେ ସର୍ଚ୍ଚ କରିବାକୁ ଲାଗନ୍ତି । ମାତ୍ର ଭୁଲରେ ବି ଏମିତି କରନ୍ତୁନି । ଏହାଦ୍ୱାରା ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ।
କରୋନାକାଳରେ ଇଂଟରନେଟର ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ପରିଲକ୍ଷିତ ହୋଇଛି । ଏହାସହିତ ଅନଲାଇନ ଫ୍ରଡ ମାମଲା ବି ଦୃତ ଗତିରେ ବୃଦ୍ଧି ପାଉଛି । ହ୍ୟାକର୍ସ ବ୍ୟବହାରକାରୀଙ୍କୁ ଗୁଗୁଲରେ ହିଁ ଅଧିକ ମାତ୍ରାରେ ଶିକାର ବନାଉଛନ୍ତି । ତେବେ ଆମେ ଆପଣଙ୍କୁ କିଛି ଏମିତି କିଛି ସର୍ଚ୍ଚ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ କେବେ କରିବା ଉଚିତ ନୁହେଁ ।
ବ୍ୟାଙ୍କ ତଥ୍ୟ ଦିଅନ୍ତୁ ନାହିଁ
କରୋନା ସମୟରେ ଅନଲାଇନ ବ୍ୟାଙ୍କିଂ ଓ ଟ୍ରାନାଜକ୍ସନ ପୂର୍ବ ଅପେକ୍ଷା ଅଧିକ ହୋଇଛି । ଏହାଦ୍ୱାରା ଅନେକ ଫାଇଦା ଅଛି ଏବଂ କ୍ଷତି ବି ଅଛି । ଅନଲାଇନ ଫ୍ରଡ କରୁଥିବା ହ୍ୟାକର୍ସ ବ୍ୟାଙ୍କ ଭଳି ୟୁଆରଏଲ ବନାନ୍ତି । ଏହାପରେ ଆମେ ଯେତେବେଳେ ସେହି ବ୍ୟାଙ୍କ ନାଁ ଦେଉ ପରେ ସେମାନଙ୍କ ଜାଲରେ ଫସିଯାଉ ଏବଂ ଆମ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଏ । ସେଥିପାଇଁ ବ୍ୟାଙ୍କ ତଥ୍ୟ ଗୁଗୁଲରୁ ନନେଇ ବ୍ୟାଙ୍କର ଅଫିସିଆଲ ସାଇଟରୁ ନେବା ଦରକାର ।
କଷ୍ଟମର କେୟାର ନମ୍ବର ସର୍ଚ୍ଚ କରନ୍ତୁନି
ଆମେ ଅନେକ ସମୟରେ ଗୁଗୁଲରେ କଷ୍ଟମର କେୟାର ନମ୍ବର ସର୍ଚ୍ଚ କରନ୍ତି । ସେଥିପାଇଁ ଅନେକ ଏହାଦ୍ୱାରା ଅନଲାଇନ ଠକେଇର ଶିକାର ହୁଅନ୍ତି । ହ୍ୟାକର୍ସ କମ୍ପାନୀର ନକଲି ସାଇଟ ବନାଇ ତାଙ୍କ ନମ୍ବର ଓ ଇମେଲ ଆଇଡି ଗୁଗୁଲରେ ଦିଅନ୍ତି । ପରେ ଆମେ ସେମାନେ ଯେଉଁ ତଥ୍ୟ ମାଗିଥାନ୍ତି ଆମେ ତାହା ଦେଇଥାଉ । ପରେ ଖାତାରୁ ଟଙ୍କା ଗାୟବ । ସେଥିପାଇଁ ଭୁଲରେ ବି କଷ୍ଟମର କେୟାର ନମ୍ବର ଗୁଗୁଲରେ ସର୍ଚ୍ଚ କରନ୍ତୁନି । କମ୍ପାନୀର ଅଫିସଆଲ ୱେବସାଇଟରୁ କଷ୍ଟମର କେୟାର ନମ୍ବର ନିଅନ୍ତୁ ।
ଗୁଗୁଲକୁ ଡାକ୍ତର ଭାବନ୍ତୁନି
ଅନେକ ଲୋକେ ଗୁଗୁଲକୁ ଡାକ୍ତର ମାନନ୍ତି । କିଛି ବି ରୋଗ ହେଲେ ତାର ଲକ୍ଷଣ ଦେଇ ମେଡିସିନ ବିଷୟରେ ସର୍ଚ୍ଚ କରିବାକୁ ଲାଗନ୍ତି । ତେବେ ଭୁଲରେ ବି ଏମିତି କରନ୍ତୁନି । ଏହାଦ୍ୱାରା ଆପଣଙ୍କ ଜୀବନ ପ୍ରତି ବିପଦ ଥାଇପାରେ । ରୋଗ ବିଷୟରେ ସୂଚନା ନେବା ଭୁଲ ନୁହେଁ । ହେଲେ ଗୁଗୁଲରେ ୱେବସାଇଟ ମୁତାବକ ତାର ଚିକିତ୍ସା କିମ୍ବା ମେଡିସିନ ନେବା କ୍ଷତିକାରକ ହୋଇପାରେ ।
କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେଇ ସମସ୍ତ ଯୋଜନାର ତଥ୍ୟ ଇଂଟରନେଟରେ ଦିଆଯାଏ । ଏହି ଯୋଜନାର ନିଜର ୱେବସାଇଟ ରହିଥାଏ । ଯେଉଁଠି ଆପଣ ସେହି ଯୋଜନା ସହ ଜଡିତ ସମସ୍ତ ତଥ୍ୟ ନେଇପାରିବେ । କାରଣ ସାଇବର କ୍ରିମିନାଲ ଫ୍ରଡ ସରକାରୀ ସାଇଟ ଭଳି ନକଲି ସାଇଟ ବନାନ୍ତି । ଏଥିରୁ ଆମେ ବର୍ତିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking