32.1 C
Bhubaneswar
Friday, April 26, 2024
Homeଲାଇଫ୍ ଷ୍ଟାଇଲ୍ସିଝା ଅଣ୍ଡା ଖାଇବା ପରେ ଖାଉଛନ୍ତି କି ଏହି ଜିନିଷ

ସିଝା ଅଣ୍ଡା ଖାଇବା ପରେ ଖାଉଛନ୍ତି କି ଏହି ଜିନିଷ

ଭୁବନେଶ୍ୱର: ଅଣ୍ଡାରେ ରହିଥିବା ପ୍ରୋଟିନ ଆପଣଙ୍କ ଶରୀରକୁ ଶକ୍ତି ଯୋଗାଏ । ହାଡ ଶକ୍ତ କରିଥାଏ ଏବଂ ଆଖି ସମସ୍ୟା ମଧ୍ୟ ଦୂର କରେ । ସେଥିରେ ପୋଷକ ତତ୍ୱ ଭରପୂର ମାତ୍ରାରେ ରହିଥାଏ । ଯଦି ଆପଣ ପ୍ରତିଦିନ ସିଝା ଅଣ୍ଡା ଖାଉଛନ୍ତି, ତେବେ କିଛି କଥା ଉପରେ ଧ୍ୟାନ ଦେବା ଆବଶ୍ୟକ । ସିଝା ଅଣ୍ଡା ଖାଇବା ପରେ ଭୁଲରେ ବି ଏହି ଜିନିଷ ଖାଇବା ଉଚିତ ନୁହେଁ ।
ଲେମ୍ବୁ
ଅନେକ ସମୟରେ ଯେଉଁ ବ୍ୟକ୍ତିମାନେ ଅଣ୍ଡା ଖାଆନ୍ତି, ସେମାନେ ତା ଉପରେ ଲେମ୍ବୁ ଚିପୁଡି ଖାଆନ୍ତି । ଯାହାଦ୍ୱାରା ତାର ସ୍ୱାଦ ବଢିଯାଏ । ହେଲେ କେବେ ବି ଏମିତି କରନ୍ତୁ ନାହିଁ । କାରଣ ଏମିତି କରିବା ଦ୍ୱାରା ରକ୍ତ କୋଷିକା ଉପରେ ଖରାପ ପ୍ରଭାବ ପଡିଥାଏ । ଫଳରେ ହୃଦରୋଗ ସମସ୍ୟା ଉପୁଜିଥାଏ ।
କଦଳୀ
ସେହିଭଳି ଅଣ୍ଡା ଖାଇବା ପରେ କେବେ ବି କଦଳୀ ଖାଆନ୍ତୁ ନାହିଁ । ନହେଲେ ଏହା ସହ ଜଡିତ ପେଟ ସମସ୍ୟା ଦେଖା ଦେଇଥାଏ ।
ପନିର
ପନିର ଓ ଅଣ୍ଡାକୁ ଏକାସାଙ୍ଗରେ କିମ୍ବା ଅଣ୍ଡା ଖାଇବା ପରେ ଖାଇବା ଅନୁଚିତ୍ । କାରଣ ଅଣ୍ଡା ଓ ପନିରରେ ପ୍ରୋଟିନ ଭରପୂର ମାତ୍ରାରେ ହିଁ ରହିଥାଏ । ଯେତେବେଳେ ଆପଣ ଅଧିକ ମାତ୍ରାରେ ପ୍ରୋଟିନ ଖାଆନ୍ତି ତାହା ହଜମ ହେବାରେ କଷ୍ଟ ହୋଇଥାଏ ।
ମାଛ
ସିଝା ଅଣ୍ଡା ଖାଇବା ପରେ ଆପଣଙ୍କୁ ମାଂସ କିମ୍ବା ମାଛ ଖାଇବା ଉଚିତ ନୁହେଁ । ଯଦି ଆପଣ ଏମିତି କରୁଛନ୍ତି, ତେବେ ଆପଣଙ୍କ ସ୍କିନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking