34.1 C
Bhubaneswar
Thursday, April 25, 2024
Homeରାଜନୀତିକେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ନିଜ ଦାୟିତ୍ୱରୁ ପଳାୟନ କରୁଛନ୍ତି ରାଜ୍ୟ ସରକାର: ବିଜେପି

କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ନିଜ ଦାୟିତ୍ୱରୁ ପଳାୟନ କରୁଛନ୍ତି ରାଜ୍ୟ ସରକାର: ବିଜେପି

 ୨୦୨୦ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ସରକାରୀ ହସ୍ପିଟାଲ ୧୨୦ ବେଡରୁ ୪୦୦ ବେଡ୍ କରିବା
ପ୍ରତିଶ୍ରୁତି କାର୍ଯ୍ୟକାରୀ ନହେବା ଦୁଃଖର ବିଷୟ
 ମେଡିକାଲ କଲେଜ ପାଇଁ ଏନଟିପିସି ୩୫୦ କୋଟି ଟଙ୍କା ଖର୍ଚ୍ଚ କରି ଭିତିଭୂମି ପ୍ରସ୍ତୁତ କରିବା ପରେ ଚୁକ୍ତି
ଅନୁଯାୟୀ ରାଜ୍ୟ ସରକାରଙ୍କ ପରିଚାଳନା ଦାୟିତ୍ୱରେ ବିଳମ୍ବ କାହିଁକି?
 ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ସୁପର ସ୍ପେଶାଲିଟି ହସ୍ପିଟାଲ୍‌
ଉଦ୍‌ଘାଟନ ହେବାକୁ ଯାଉଛି
 ରାଜ୍ୟ ସରକାର ଚାହିଁଲେ ରାଉରକେଲା ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ
କରାଯାଇପାରିବ
 ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ମେଡିକାଲ କଲେଜ କରିବାର ପ୍ରତିଶ୍ରୁତି ଦେବାକୁ ଅନୁରୋଧ
 ସୁନ୍ଦରଗଡରେ ସଂଗୃହିତ ଡିଏମଏଫ ଅର୍ଥକୁ ଦଳୀୟ କାମରେ ଲଗାଯାଉଛି
 ପଂଚଦଶ ଅର୍ଥ କମିଶନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାକୁ କେନ୍ଦ୍ର ସରକାର ଦେଇଛନ୍ତି ୨୪୫୪ କୋଟି
 ହକି ଷ୍ଟାଡିୟମ ଥାଇ ମଧ୍ୟ ରାଜ୍ୟ ରାଜକୋଷରୁ ୨୦୦ କୋଟି ବ୍ୟୟରେ ଆଉ ଏକ ଷ୍ଟାଡିୟମ କରିବା କେତେ
ଯୁକ୍ତିଯୁକ୍ତ?
 ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି ରାଜ୍ୟ ସରକାର
ସୁନ୍ଦରଗଡ/ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ଦେଇ ରାଜ୍ୟ ସରକାର ନିଜ ଦାୟିତ୍ୱରୁ
ପଳାୟନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅଭିଯୋଗ କରିଛନ୍ତି ସୁନ୍ଦରଗଡର ତିନି ବିଜେପି ବିଧାୟକ ।
ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରମା ଏବଂ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ
ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଗତ ୧୬ ତାରିଖରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ
ରାଉରକେଲା ସ୍ଥିତ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରିବା ସମ୍ପର୍କିତ ପତ୍ର କେନ୍ଦ୍ର ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନଙ୍କୁ ପଠାଇଛନ୍ତି । ତେବେ ଏହି ପତ୍ରରୁ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କ ପାଖରେ ସବିଶେଷ ତଥ୍ୟ ନଥିବା ଭଳି ଲାଗୁଛି । ବାସ୍ତବରେ
ରାଉରକେଲା ଇସ୍ପାତ୍ କାରଖାନା ନିଜର ମୁଖ୍ୟ କାର୍ଯ୍ୟ ଇସ୍ପାତ୍ ଉତ୍ପାଦନ ସହ ଅନ୍ୟାନ୍ୟ ସାମାଜିକ ଦାୟିତ୍ୱକୁ ସୁଚାରୁରୂପେ ପାଳନ କରି ନିଜର
ଏକ ତ୍ସ୍ୱତନ୍ତ୍ର ସ୍ଥାନ କେବଳ ସୁନ୍ଦରଗଡରେ ନୁହେଁ ବରଂ ଓଡିଶା ଓ ସାରା ଦେଶରେ ମଧ୍ୟ ବଜାୟ ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆସିଥିବା ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କେନ୍ଦ୍ର ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ଆଜିର ଦିନରେ ସୁପର
ସ୍ପେଶାଲିଟି ହସ୍ପିଟାଲ୍ ଉଦ୍‌ଘାଟନ ହେବାକୁ ଯାଉଛି ।
ଅପରପକ୍ଷରେ ରାଜ୍ୟ ସରକାରଙ୍କ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପ୍ରତି ଥିବା ବୈମାତୃକ ମନୋଭାବ ପୋଷଣ କରିଥିବା ଦିବାଲୋକରେ
ସ୍ପଷ୍ଟ । କାରଣ, ୨୦୨୦ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ୍‌)ରେ ୧୨୦ ବେଡରୁ ୪୦୦ ବେଡ୍‌
କରିବା ସହିତ ଏହାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଭଳି କରିବା ପାଇଁ ଘୋଷଣା କରିଥିଲେ । ସେହିପରି ଡିସେମ୍ବର ୨୦୧୩ରେ
କେନ୍ଦ୍ରୀୟ ରଷ୍ଟ୍ରାୟତ ଉଦ୍ୟୋଗ (ଏନଟିପିସି) ଏବଂ ଓଡିଶା ସରକାରଙ୍କ ମଧ୍ୟରେ ମେଡିକାଲ କଲେଜ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।
ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱ ନେବା ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହି ପରିପ୍ରେକ୍ଷୀରେ ଜାନୁଆରୀ ୨୦୧୪ରେ
ମୁଖ୍ୟମନ୍ତ୍ରୀ ଏହି ମେଡିକାଲ କଲେଜ୍ ସ୍ଥାପନା ପାଇଁ ମଧ୍ୟ ଭିତିପ୍ରସ୍ତର ସ୍ଥାପନା କରିଥିଲେ । ଏହାବ୍ୟତିତ ୨୦୧୬-୧୭ ଶିକ୍ଷାବର୍ଷରେ
ମେଡିକାଲ କଲେଜରେ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ଯୋଜନା କରାଯାଇଥିଲା । ଶିଳାନ୍ୟାସର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି
ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ନହେବା ଦୁଃଖର ବିଷୟ ।
ରାଜ୍ୟରେ ଅନ୍ୟ ଏକ ରାଷ୍ଟ୍ରାୟତ ଉଦ୍ୟୋଗ (ଏନଟିପିସି) ୩୫୦ କୋଟି ଟଙ୍କା ଖର୍ଚ୍ଚ କରି ସୁନ୍ଦରଗଡରେ ମେଡିକାଲ କଲେଜ
ନିର୍ମାଣ ପାଇଁ ମଧ୍ୟ ଭିତିଭୂମି ପ୍ରସ୍ତୁତ କରିସାରିଛି । ତେଣୁ ସୁନ୍ଦରଗଡ ଜିଲ୍ଲାର ସ୍ୱାସ୍ଥ୍ୟର ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ
ଭାରତ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକ ସଦାସର୍ବଦା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଅବଦାନ ଜାରୀ ରଖିଛନ୍ତି । ରାଜ୍ୟ ସରକାର
ଚାହିଁଲେ ଏହି ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯାଇପାରିବ । ଏଥିନିମନ୍ତେ ରାଜ୍ୟ ସରକାରଙ୍କ
ତରଫରୁ ଯଦି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମିଳେ ତେବେ ଏହାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ କେନ୍ଦ୍ର ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନଙ୍କୁ ଅନୁରୋଧ କରାଯିବ ବୋଲି ବିଜେପି ବିଧାୟକମାନେ ପତ୍ରରେ ଉଲ୍ଲେଖ ରହିଛି ।
ସୁନ୍ଦରଗଡ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଯାହାର ପ୍ରମୁଖ ଭୂମିକା ରାଜ୍ୟ ସରକାରଙ୍କର । ସେହି ସ୍ୱାସ୍ଥ୍ୟଗତ ସୂଚନାଙ୍କକୁ ଦେଖିଲେ
ଜନଜାତି ଅଧ୍ୟୁଷିତ ଅଂଚଳ ସୁନ୍ଦରଗଡ ଜିଲ୍ଲା ବହୁତ ପଛରେ ରହିଛି । ଏଥିରୁ ରାଜ୍ୟ ସରକାର ବିଶେଷ ଭାବରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ
ବିଭାଗର ଆଦିବାସୀ ବହୁଳ ସୁନ୍ଦରଗଡ ଜିଲ୍ଲା ପାଇଁ ସରକାର କେତେ ଯେ ତତ୍ପର ତାହା ସ୍ପଷ୍ଟ ଭାବରେ ଜଣାପଡୁଛି । ତଥ୍ୟନୁସାରେ
ସୁନ୍ଦରଗଡ ଜିଲ୍ଲାରେ ପାଖାପାଖି ୫ ବର୍ଷରୁ କମ୍ ୪୪.୨ ପ୍ରତିଶତ ଶିଶୁଙ୍କ ଉଚ୍ଚତା ଅନୁଯାୟୀ ଓଜନର ପରିମାଣ ଯଥେଷ୍ଟ କମ୍ ରହିଛି ।
ସେହିପରି ୫ ବର୍ଷରୁ କମ୍ ୭୫.୩ ପ୍ରତିଶତ ଶିଶୁ ରକ୍ତହୀନତାର ଶୀକାର ଥିବାବେଳେ ୭୧.୪ ପ୍ରତିଶତ ମହିଳା ମଧ୍ୟ ରକ୍ତହୀନତାର
ଶୀକାର ହୋଇଥିବା ଦେଖାଯାଇଛି । ଏହାବ୍ୟତିତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପଡୋଶୀ ଜିଲ୍ଲାର ହୋଇଥିଲେ ମଧ୍ୟ ସୁନ୍ଦରଗଡ ଜିଲ୍ଲାରେ ୩୯୮
ଡାକ୍ତରୀ ପଦବୀରୁ ମାତ୍ର ୧୬୬ ପଦବୀରେ ଡାକ୍ତର ନିଯୁକ୍ତ ହେବା ଓ ୨୩୨ ଡାକ୍ତରୀ ପଦବୀ ଖାଲି ପଡିବା ଚିନ୍ତାର ବିଷୟ । ଓଡିଶାରେ
ରାଜ୍ୟ ସରକାର ଏପର୍ଯ୍ୟନ୍ତ ଆୟୁଷ୍ମାନ ଯୋଜନାକୁ ଲାଗୁ ନକରିବା ଦୁଃଖର ବିଷୟ ।
ସୁନ୍ଦରଗଡ ଜିଲ୍ଲା ଖଣି ଅଂଚଳ ହୋଇଥିବାରୁ ଜିଲ୍ଲା ଖଣିଜ ପାଣ୍ଠି(ଡିଏମଏଫ)ରେ ବର୍ତମାନ ସୁଦ୍ଧା ୧୧୭୯ କୋଟି ଟଙ୍କା ସଂଗ୍ରହ
କରାଯାଇଛି । ଜିଲ୍ଲାର ବିକାଶ ତଥା ଜନସାଧାରଣଙ୍କ ମୌଳିକ ସୁବିଧାକୁ ବଢାଇବା ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଅର୍ଥକୁ
ବିନିଯୋଗ କରାନଯାଇ ଦଳୀୟ କାମରେ ଲଗାଯାଉଛି । ଫଳରେ ସୁନ୍ଦରଗଡ ଜିଲ୍ଲାବାସୀମାନେ ପୃଷ୍ଟିକରଯୁକ୍ତ ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ
ଜଳ ଇତ୍ୟାଦି ମୌଳିକ ସୁବିଧା ପାଇବାରୁ ବଂଚିତ ହେବା ସହ ସେମାନଙ୍କ ସ୍ୱାସ୍ଥ୍ୟସେବାରେ ଭିନ୍ନ ଦିଗ ପରିଲକ୍ଷିତ ହୋଇଛିା
୨୦୨୩ ହକି ବିଶ୍ୱକପ୍ ପ୍ରତିଯୋଗୀତା ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ବ୍ୟତିତ ରାଉଲକେଲା ଷ୍ଟିଲ ପ୍ଲାଂଟର ବିଜୁ
ପଟ୍ଟନାୟକ ହକି ଷ୍ଟାଡ଼ିୟମକୁ ଦ୍ୱିତୀୟ ସ୍ଥାନ ଭାବେ ମୁଖ୍ୟମନ୍ତ୍ରୀ ପ୍ରଥମେ ଘୋଷଣା କରିଥିଲେ । ପରବର୍ତୀ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ
ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ରାଜ୍ୟ ରାଜକୋଷରୁ ୨୦୦ କୋଟି ବ୍ୟୟରେ ନୂଆ ହକି ଷ୍ଟାଡ଼ିୟମ ନିର୍ମାଣ କରି ବିଶ୍ୱକପ ହକି
ପ୍ରତିଯୋଗିତା ହେବ ବୋଲି ଆପଣ ଡ଼ିସେମ୍ବର ୨୪, ୨୦୨୦ରେ ଘୋଷଣା କଲେ । ୨୦୨୩ ହକି ବିଶ୍ୱକପ୍ ଆୟୋଜନ ପାଇଁ
ରାଉରକେଲା ବିପିଏଚସି ଷ୍ଟାଡ଼ିୟମର ଉନ୍ନତିକରଣ ଓ ହକି ଫେଡେରେସନ ଇଣ୍ଡିଆର ଷ୍ଟାଣ୍ଡାର୍ଡର ଭିତିଭୂମି ସଜାଡ଼ିବା ପାଇଁ ମାତ୍ର ୫୬.୨
କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ରାଜ୍ୟ ରାଜକୋଷରୁ ଏହାର ଚାରିଗୁଣା ଅର୍ଥ ଖର୍ଚ୍ଚ କରି ବିଜୁ
ପଟ୍ଟନାୟକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆବଶ୍ୟକ ନଥିବା ହକି ଷ୍ଟାଡ଼ିୟମ ନିର୍ମାଣ କରିବା ପାଇଁ ନିଷ୍ପତି ନେଲେ । ରାଜ୍ୟ ରାଜକୋଷରୁ
ବେପୁରୁଆ ମନୋଭାବରେ ଟିକସଦାତାଙ୍କ ଝାଳବୁହା ଧନକୁ ଖର୍ଚ୍ଚ କରିବା କେତେଦୂର ଯୁକ୍ତଯୁକ୍ତ ? ନୂଆ ଷ୍ଟାଡିୟମ ପାଇଁ ବ୍ୟୟବରାଦ
ହୋଇଥିବା ୨୦୦ କୋଟି ଟଙ୍କା ଖର୍ଚ୍ଚ ନକରି ଅବଶିଷ୍ଟ ପ୍ରାୟ ୧୫୦ କୋଟି ଟଙ୍କା ସୁନ୍ଦରଗଡ ଜିଲ୍ଲାର ଜନଜାତି ମାନଙ୍କ ଜନମଙ୍ଗଳ
କାର୍ଯ୍ୟରେ ମଧ୍ୟ ଆପଣ ସୁବିନିଯୋଗ ହୋଇପାରିଥାନ୍ତା ।
ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇବା ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ । ଗୋଟିଏ ପଟେ ସୁନ୍ଦରଗଡ ଜିଲ୍ଲା
ସମେତ ଓଡିଶାର ଅନ୍ୟାନ୍ୟ ଜିଲ୍ଲା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଦାୟିତ୍ୱ ସୂଚାରୁରୂପେ ପାଳନ କରିବା ପାଇଁ ସର୍ବଦା ପ୍ରଚେଷ୍ଟା
କରୁଛନ୍ତି । ଉଦାହରଣସ୍ୱରୂପ ରାଜ୍ୟର ବାଲେଶ୍ୱର, ବାରିପଦା, ପୁରୀ, କୋରାପୁଟ, ବଲାଙ୍ଗୀର, ଯାଜପୁରରେ ମେଡିକାଲ କଲେଜ୍ ସ୍ଥାପନା
ସମେତ ଏମ୍‌ସିଏଲ ସହଯୋଗରେ ତାଳଚେର ଠାରେ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଏବଂ ରିସର୍ଚ୍ଚ ଓ ସୁନ୍ଦରଗଡରେ
ଏନଟିପିସି ସହଯୋଗରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁମୋଦନ ଦେଇ ସାରିଛନ୍ତି
ା ସେହିପରି କୋଭିଡ୍‌-୧୯ ସମୟରେ ମୋଦି ସରକାର ଓଡିଶାକୁ ସମସ୍ତ ପ୍ରକାର ସହଯୋଗ ଦେଇଥିବା ବେଳେ ଓଡିଆ ଲୋକଙ୍କୁ ଟୀକା
ଦେବା ପାଇଁ ଉପଯୁକ୍ତ ପଦକ୍ଷେପ ନେଇଛନ୍ତି । ପଂଚଦଶ ଅର୍ଥ କମିଶନରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୨୪୫୪ କୋଟି ଟଙ୍କା
ପ୍ରଦାନ କରିଛନ୍ତି । ତେଣୁ ଏସବୁ ବିଷୟକୁ ଗମ୍ଭୀରତାର ସହ ନେଇ ସୁନ୍ଦରଗଡବାସୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ
ନେବେ ବୋଲି ସୁନ୍ଦରଗଡର ବିଜେପି ବିଧାୟକ ଓ ବିଧାୟିକା ଆଶାବ୍ୟକ୍ତ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking