37.1 C
Bhubaneswar
Friday, May 17, 2024
Homeଓଡିଶାଭବାନୀପାଟଣା ଠାରେ ଖରିଫ ଋତୁ ୨୦୨୨ ପାଇଁ ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

ଭବାନୀପାଟଣା ଠାରେ ଖରିଫ ଋତୁ ୨୦୨୨ ପାଇଁ ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

ଭବାନୀପାଟଣା : ଗତ ୧୪.୭.୨୦୨୨ରିଖ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଚଳିତ ଖରିଫ୍ ଋତୁ୨୦୨୨ ପାଇଁ ଏକ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ,ଧର୍ମଗଡ ଉପ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶଙ୍କ ସମେତ ସମସ୍ତ ଜଳ ସମ୍ପଦ ବିଭାଗ,କୃଷି,ସମବାୟ,ଉଦ୍ୟାନ କୃଷି,ମୃତ୍ତିକା ସଂରକ୍ଷଣ ,ଜଳସେଚନ ,ବ୍ୟାଙ୍କ୍, କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ଅଧିକାରୀ ଓ ଚାଷୀ ପ୍ରତିନିଧି ଯୋଗ ଦେଇଥିଲେ ।
ସର୍ବପ୍ରଥମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ,କଳାହାଣ୍ଡି ଗତ ୨୦୨୧-୨୨ରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଓ ଉପଲବ୍ଧି ଗୃହରେ ଉପସ୍ଥାପନ କରିଥିଲେ ଓ ଚଳିତ ଖରିଫ ଋତୁ ର ଧାର୍ଯ୍ୟ ଲକ୍ଷ୍ୟ ଉପସ୍ଥାପନ କରିଥିଲେ।ଚଳିତ ଖରିଫ ଋତୁରେ ଧାନ ୧,୮୬,୯୬୧ ହେକ୍ଟର,ମକା ୧୫୪୦୨ ହେକ୍ଟର,କ୍ଷୁଦ୍ର ଶସ୍ୟ ୯୩୦୦ ହେକ୍ଟର,ଡାଲି ଜାତୀୟ ଶସ୍ୟ ୬୫୭୪୨ ହେକ୍ଟର, ତୈଳବୀଜ ୧୨୬୨୦ ହେକ୍ଟର, କପା ଜାତୀୟ ୭୪୫୦୮ହେକ୍ଟର,ପନିପରିବା ୧୫୭୫୩ ହେକ୍ଟର,ମସଲା ଜାତୀୟ ୨୭୦୦ ହେକ୍ଟର,ଆଖୁ ୭୩୫ ହେକ୍ଟର ଏଭଳି ସମୁଦାୟ ୩,୮୩,୭୨୧ ହେକ୍ଟର ଜମିରେ ଚାଷ ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ବୈଠକରେ ଜଣାଇଥିଲେ।ଏଥିମଧ୍ୟରୁ ୨,୪୧,୦୬୯ ହେକ୍ଟର ଜଳସେଚିତ ଏବଂ ୧୪୨୬୫୨ ହେକ୍ଟର ଅଣ ଜଳସେଚିତ ଜମିରେ ଚାଷ ହେବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରକାଶ କରିଥିଲେ।ବୃହତ୍ ଜଳସେଚନ ଏବଂ ଅନ୍ୟାନ୍ୟ ଜଳସେଚନ ବିଭାଗର ଯନ୍ତ୍ରୀ ବର୍ଷା ଠିକ୍ ହେଲେ ଧାର୍ଯ୍ୟ ଜଳସେଚନର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।ବୃହତ୍ ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ଗତ ୬/୭/୨୦୨୨ରୁ ଇନ୍ଦ୍ରାବତୀ ଜଳସେଚନ କେନାଲରେ ଜଳ ଛଡାଯାଉଛି ଏବଂ ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରକାଶ କରିଥିଲେ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚଳିତ ଖରିଫ ଋତୁ ପାଇଁ ବିଭିନ୍ନ ରାସାୟନିକ ସାର ୭୩୭୦୦ ମେଟ୍ରିକ୍ ଟନ୍ ଆବଶ୍ୟକତା ଥିବାବେଳେ ଏ ପର୍ଯ୍ୟନ୍ତ ୪୫୬୯୮ ମେଟ୍ରିକ୍ ଟନ୍ ପହଞ୍ଚିଥିବା ବିଷୟରେ ଗୃହ କୁ ଅବଗତ କରିଥିଲେ ।ସେଭଳି ୨୦୨୧-୨୨ରେ ୨୦୫୫୯ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଦିଆଯାଇଥିବାବେଳେ ୨୦୨୨-୨୩ରେ ୨୫୦୦୦ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଉତ୍ତମ ଧାନ ଓ ଅଣଧାନ ବିହନ ଉତ୍ପାଦନ କାର୍ଯକ୍ରମ ପାଇଁ ଚଳିତ ଖରିଫ ଋତୁରେ ୨୩୭୧୦ କ୍ଵିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଡିଲର ମାନଙ୍କୁ ତନଖି କରି ଉଚିତ୍ ମୂଲ୍ୟରେ ଚାଷୀ ମାନଙ୍କୁ ସାର,ବିହନ ଓ କୀଟନାଶକ ଯୋଗାଣ ପାଇଁ ସଭାର ଅଧ୍ୟକ୍ଷ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ପରସ୍ପର ସହ ସମନ୍ୱୟ ରକ୍ଷା କରି ଚାଷୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି କଳାହାଣ୍ଡି ଚାଷୀ ଯେଭଳି ଚାଷ ସମ୍ପର୍କିତ ସମସ୍ତ ସରକାରୀ ସହାୟତା ପାଇପାରିବେ ତା ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking