29.1 C
Bhubaneswar
Sunday, May 19, 2024
Homeଓଡିଶାହୀରାପୁର ଗ୍ରାମପଞ୍ଚାୟତରେ ମନରେଗା ଯୋଜନା ବାଟବଣା, ତଦନ୍ତ ଦାବି

ହୀରାପୁର ଗ୍ରାମପଞ୍ଚାୟତରେ ମନରେଗା ଯୋଜନା ବାଟବଣା, ତଦନ୍ତ ଦାବି

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ହୀରାପୁର ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ଅନେକ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି । ସରକାର ଏହି ଯୋଜନା ମାଧ୍ୟମରେ ଶ୍ରମିକ ମାନଙ୍କୁ କାମ ଦେବା ସହ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ସୁଧାରିବାକୁ ତତ୍ପର ଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଳି ମନଭାଵ ଯୋଗୁ ବାଟବଣା ହେଉଛି ଅନେକ ପ୍ରକଳ୍ପ । ହୀରାପୁର ଗ୍ରାମପଞ୍ଚାୟତ ର ମୁସରିପଡା ପ୍ରାଥମିକ ବିଦ୍ୟାଳୟ ପାର୍ଶ୍ଵରେ କରାଯାଇଥିବା ଦୁଇଟି ପ୍ରକଳ୍ପ ଏହାର ଜ୍ୱଳନ୍ତ ଉଦାହରଣ । ଦଶ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ରାସ୍ତା, ଗାଡଉଆଲ ଓ ଖେଳ ପଡିଆ ଉନ୍ନତିକରଣରେ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।ବ୍ଳକ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking