39.1 C
Bhubaneswar
Wednesday, April 24, 2024
Homeଓଡିଶାବିଜେପିର ପ୍ରତିନିଧି ଦଳ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ

ବିଜେପିର ପ୍ରତିନିଧି ଦଳ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ

ଢେଙ୍କାନାଳ  : ଢେଙ୍କାନାଳ ମ୍ୟୁନିସିପାଲିଟିରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଆଜି ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ଭେଟିଛନ୍ତି । ସହରର ବିଭିନ୍ନ ୱ।ର୍ଡ଼ରେ ଥିବା ରାସ୍ତା, ଆଲୋକିକରଣ ଓ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅବ୍ୟବସ୍ଥାକୁକୁ ନେଇ ଗର୍ଜିଛନ୍ତି ବିଜେପି ନେତା । ଢେଙ୍କାନାଳ ମ୍ୟୁନିସିପାଲିଟିରେ ବିଜେଡି ନିଜ ଅଫିସ ଭଳି କାମ କରୁଛି ବୋଲି ଅଭିଯୋଗ କରିଛନ୍ତି ସେମାନେ । ଅଫିସିଆଲ ପ୍ରୋସିଜର୍ ଅଵଲମ୍ବନ କରାନଯାଇ ବିନା ଟେଣ୍ଡରରେ ବିଭିନ୍ନ କାମ କରାଯାଉଛି ବୋଲି ସେମାନେ କହିଛନ୍ତି । ଏସବୁ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking