27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ନେଇ ଆଲୋଚନା: କଂଗ୍ରେସ ପକ୍ଷରୁ ନେତୃତ୍ବ ନେବେ ସୋନିଆ...

ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ନେଇ ଆଲୋଚନା: କଂଗ୍ରେସ ପକ୍ଷରୁ ନେତୃତ୍ବ ନେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନର ଆଜି ହେଉଛି ୩ୟ ଦିନ । ଗତକାଲି ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ ନେଇ ଆଜି ଆଲୋଚନା ହେବ  । ଏହି ବିଲର ନାମ ରହଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ। ଏହି ବିଲର ଶ୍ରୟକୁ ନେଇ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି  । ଆଜି ଦିନ ୧୧ଟାରେ ହେବାକୁ ଥିବା ଆଲୋଚନାରେ କଂଗ୍ରେସ ଦଳର ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନେତୃତ୍ୱ ନେବେ ।କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଆଜି ଆଲୋଚନାରେ ଭାଗ ନେବେ।

ଗତକାଲି ସଂସଦରେ ସୋନୀଆ ଗାନ୍ଧି ଏହି ବିଲ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯ ଏହା କଂଗ୍ରେସର ବିଲ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଗୃହର ଲୋକସଭା ଗୃହରେ ତାଙ୍କର ପ୍ରଥମ ସମ୍ବୋଧନ ସମୟରେ ସମସ୍ତ ସାଂସଦଙ୍କୁ ସର୍ବସମ୍ମତି କ୍ରମେ ଏହି ବିଲ୍ ପାରିତ କରିବାକୁ ନିବେଦନ କରିଥିଲେ ।  ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ପୂର୍ବରୁ କେନ୍ଦ୍ର ଡାକରା ଦେଇଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ କହିଥିଲେ। ଏହାର ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ସଠିକ୍ ସମୟ ଆସିଲେ ସଠିକ୍ ନିଷ୍ପତ୍ତି ନିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking