28 C
Bhubaneswar
Friday, May 16, 2025
Homeଓଡିଶାବିଚିତ୍ର ପ୍ରଶାସନିକ ବ୍ୟବସ୍ଥା ଭିନ୍ନକ୍ଷମଙ୍କୁ ମିଳୁନି ଭତ୍ତା

ବିଚିତ୍ର ପ୍ରଶାସନିକ ବ୍ୟବସ୍ଥା ଭିନ୍ନକ୍ଷମଙ୍କୁ ମିଳୁନି ଭତ୍ତା

ମୟୁରଭଞ୍ଜ: ଏମିତି ଚାଲିଛି ସରକାରୀ ବ୍ୟବସ୍ଥା, ଏଠି ଯୋଗ୍ୟ ହେଉଛନ୍ତି ଅଯୋଗ୍ୟ ଆଉ ଅଯୋଗ୍ୟ କିଣି ନେଇ ଉପଭୋଗ କରୁଛନ୍ତି ସରକାରୀ ଯୋଜନାର ସୁବିଧା ସୁଯୋଗ ବୋଲି ଅଭିଯୋଗ ହେଉଛି।ଆବେଦନ କରି ଥକି ପଡିଛନ୍ତି ସରକାରୀ ଯୋଜନାରୁ ବଞ୍ଚିତ ଭିନ୍ନକ୍ଷମ ଗୌତମ କୁମାର ତୁଙ୍ଗ। ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ୱେ ସରକାରୀ ଯୋଜନା ପହଞ୍ଚି ପାରୁନି। ସରକାର ସାମାଜିକ ସଶକ୍ତିକରଣ ଓ ସୁରକ୍ଷା ପାଇଁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା,ଭିନ୍ନକ୍ଷମ ଭତ୍ତା ଯୋଜନା କାର୍ଯ୍ୟକାରୀ ହେଉଛି। ତଥାପି ଏହି ଯୋଜନା ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରିନାହଁ।

ଯାହାର ଏକ ନମୁନା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଦାନ୍ତିଆମୁହାଁ ପଞ୍ଚାୟତ ଦାନ୍ତିଆମୁହାଁ ଗ୍ରାମରେ। ସ୍ଥାନୀୟ ବାସିନ୍ଦା ଭିନ୍ନକ୍ଷମ ଗୌତମ କୁମାର ତୁଙ୍ଗ ତାଙ୍କର ବୟସ 60 ବର୍ଷ ହେବ। ଗୌତମଙ୍କ ଗୋଡ ଅଚଳ ଯୋଗୁଁ ଚାଲିବୁଲି ପାରୁନଥିଲେ ଏବେ ସେ ଶଯ୍ୟାଶାୟୀ। ବାରମ୍ବାର ଆବେଦନ ସତ୍ତ୍ୱେ ତାଙ୍କୁ ଭତ୍ତା ଟିକକ ମିଳିପାରିନାହିଁ। ଶତକଡ଼ା 70 ଭାଗ ଭିନ୍ନକ୍ଷମର ପ୍ରମାଣପତ୍ର ପାଇଥିଲେ ମଧ୍ୟ ଅଦ୍ୟାବଧି ଆବେଦନ ସତ୍ତ୍ୱେ ଭତ୍ତା ନ ପାଇବା ସରକାରୀ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେବଳ ସରକାରଙ୍କ ଖାଉଟିକାର୍ଡରେ ପାଉଥିବା ଚାଉଳରେ ମାସ ଯାକ ଚଳିବା କଷ୍ଟସାଧ୍ୟ ହୋଇଯାଉଛି। ଏବେ ଶଯ୍ୟାଶାୟୀ ଅବସ୍ଥାରେ ଅନେଇ ରହିଛନ୍ତି କେବେ ମିଳିବ ଭତ୍ତା।ତେବେ ଏନେଇ ସରକାରଙ୍କ ସମସ୍ତ ବ୍ୟବସ୍ଥା ସାଙ୍ଗକୁ ନିର୍ଦ୍ଦେଶ ଥିବାବେଳେ ମୋର ସ୍ୱାମୀଙ୍କୁ ଆଜିପର୍ଯ୍ୟନ୍ତ ଭତ୍ତା ନ ମିଳିବା ଏକ ନିନ୍ଦନୀୟ ଘଟଣା।

ସବୁଥାଇ ଯଦି ଘୋଷିତ ଯୋଜନାର ସୁବିଧାସୁଯୋଗ ପାଇବାରୁ ବଞ୍ଚିତ ରହିବା ତେବେ ଏ ସରକାର ଥାଇ କେତେ ନ ଥାଇ କେତେ ବୋଲି ପ୍ରଶ୍ନ କରିଛନ୍ତି ଗୌତମଙ୍କ ସ୍ତ୍ରୀ ବୀଣାପାଣି। ଏହାସତ୍ତ୍ୱେ ବି ନିରାଶ ନ ହୋଇ ଆଶା ଓ ଭରସା ରଖି ବିଭିନ୍ନ ସମୟରେ ହାରିଗୁହାରି କରିଥିଲେ ମଧ୍ୟ କୌଣସି ରାଜନେତା କିମ୍ବା ଅଧିକାରୀମାନେ ନ ଶୁଣିବାରୁ ବାଧ୍ୟହୋଇ ଶେଷରେ ଗଣମାଧ୍ୟମର ସହାୟତା ଲୋଡିଛନ୍ତି ଗୌତମଙ୍କ ସ୍ତ୍ରୀ ବୀଣାପାଣି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking