21.1 C
Bhubaneswar
Thursday, January 23, 2025
Homeଓଡିଶାରାଜ୍ୟରେ ପ୍ରଥମଥର ଆରମ୍ଭହେବ ଡିଜିଟାଲ୍ ଫସଲ ସର୍ଭେ; ତାଲୁକସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା

ରାଜ୍ୟରେ ପ୍ରଥମଥର ଆରମ୍ଭହେବ ଡିଜିଟାଲ୍ ଫସଲ ସର୍ଭେ; ତାଲୁକସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଡିଜିଟାଲ କ୍ରପ୍ ସର୍ଭେ । ରାଜ୍ୟରେ ଚାଷ ହେଉଥିବା ବିଭିନ୍ନ ଫସଲର ସର୍ଭେ ଡିଜିଟାଲ ମାଧ୍ୟମରେ କରାଯିବ । ପ୍ରାରମ୍ଭିକ ଭାବେ ଚଳିତ ବର୍ଷ ନୂଆପଡ଼ା, ନୟାଗଡ଼, ଦେବଗଡ଼ ଓ ଭଦ୍ରକ ଜିଲ୍ଲାରେ ଏହା ଆରମ୍ଭ ହେବ। ସର୍ଭେକାରୀ ଟିମ୍ ଜମିରେ ଚାଷ ହୋଇଥିବା ଫସଲର ଫଟୋ ସହ ଜମିର ଆୟତନ ସମ୍ପର୍କିତ ସମସ୍ତ ତଥ୍ୟ ମୋବାଇଲ ଆପରେ ଅପଲୋଡ କରିବେ । ଏହାଦ୍ୱାରା ଚାଷୀ କେତେ ଅଞ୍ଚଳରେ କି ପ୍ରକାର ଫସଲ କରୁଛନ୍ତି, ତାହାର ବାସ୍ତବ ତଥ୍ୟ ରହିପାରିବ । ବିପର୍ଯ୍ୟୟ ସମୟରେ ସବସିଡ୍ ପ୍ରଦାନ ବେଳେ ଏହା ବିଶେଷ ସହାୟକ ହେବ । ଏଥିପାଇଁ ଆଜି କୃଷି ଭବନରେ ସର୍ଭେ କରିବାକୁ ଥିବା ଟିମ୍‌କୁ ପ୍ରଶିକ୍ଷଣ ଦିଆଯାଇଛି ।

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆଜି କୃଷି ଭବନଠାରେ ଡିଜିଟାଲ ଫସଲ ସର୍ବେକ୍ଷଣ ସମ୍ବନ୍ଧୀୟ ତାଲୁକସ୍ତରୀୟ ପ୍ରଶିକ୍ଷକମାନଙ୍କ ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି । କର୍ମଶାଳାକୁ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଉଦ୍‌ଘାଟନ କରିଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଡିଜିଟାଲ୍ ଫସଲ ସର୍ଭେର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କର୍ମଶାଳାରେ ଯୋଗଦେଇଥିବା ପ୍ରାୟ ୧୫୦ ଜଣ ପ୍ରଶିକ୍ଷକଙ୍କୁ ଡିଜିଟାଲ୍ ଫସଲ ସର୍ଭେର ସଫଳ ପରିଚାଳନା ସମ୍ପର୍କରେ ବିସ୍ତୃତ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଏହି ଡିଜିଟାଲ୍ ଫସଲ ସର୍ଭେ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଓଡ଼ିଶାର ୪ଟି ଜିଲ୍ଲା ସମେତ ୧୦ଟି ଚିହ୍ନଟ ରାଜ୍ୟରେ ଖରିଫ ୨୦୨୩ ପାଇଁ ପାଇଲଟ୍ ଡିଜିଟାଲ୍ ଫସଲ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ସ୍ତରରେ ନୟାଗଡ଼, ଭଦ୍ରକ, ନୂଆପଡ଼ା ଏବଂ ଦେବଗଡ଼ ଜିଲ୍ଲାରେ ଏହାକୁ ଆରମ୍ଭ କରାଯାଇଛି । କର୍ମଶାଳାରେ ସିପିଏମ୍‌ୟୁର ମ୍ୟାନେଜର ସୁଶ୍ରୀ ସରିତା, ବୈଷୟିକ ବିଶେଷଜ୍ଞ ସିଦ୍ଧାନ୍ତ ଅଗ୍ରୱାଲ, ‘ସମଗ୍ର’ ଟିମ୍‌ର ସୁଶ୍ରୀ ଅଙ୍କିତା ଏବଂ ସିପିଏମ୍‌ୟୁର ରାଜ୍ୟ ସଂଯୋଜକ ସୁଶ୍ରୀ କୀର୍ତ୍ତି ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking