21.1 C
Bhubaneswar
Friday, December 27, 2024
Homeପଶ୍ଚିମବଙ୍ଗ ନିର୍ବାଚନପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଭ୍ୟାକସିନ, ରେମିଡିସିଭର, ଟୋସୀଲିଜୁମାବ ଏବଂ ଅମ୍ଲଜାନ ମାଗିଲେ ଦିଦି

ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଭ୍ୟାକସିନ, ରେମିଡିସିଭର, ଟୋସୀଲିଜୁମାବ ଏବଂ ଅମ୍ଲଜାନ ମାଗିଲେ ଦିଦି

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ କୋରନା ଭ୍ୟାକସିନ, ରେମିଡିସିଭର ଓ ଟୋସିଲିଜୁମାବ ଇଞ୍ଜେକସନ ତଥା ଅମ୍ଲଜାନ ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି । ଦିଦି ଏହି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖିଛନ୍ତି । ପ୍ରତ୍ରରେ ମମତା ବାନାର୍ଜୀ କୋରନା ଟୀକାକରଣ ପାଇଁ ୫.୪ କୋଟି ଡୋଜର ସପ୍ଲାଇ କରିବା ପାଇଁ ଦାବି କରିଛନ୍ତି ।

ଏହାସହିତ ସେ ରେମିଡିସିଭର, ଟୋସୀଲିଜୁମାବ ଇଞ୍ଜେକସନର ନିୟମିତ ଯୋଗାଣ ପାଇଁ ପ୍ରଧରାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହାସହ ମମତା ବାନାର୍ଜୀ ଲଗାତର ଭାବରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଉପରେ ପଶ୍ନବାଚୀ ସୃଷ୍ଟି କରିଛନ୍ତି ।
ରବିବାର ଦିନ ପୃଥକ ଭାବରେ ଏକ ରାଲି ରେ ସେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି କହିଛନ୍ତି ଯେ, ଦେଶରେ ରେମିଡିସିଭର ଏବଂ ଅମ୍ଲଜାନର ଅଭାବ ରହିଛି । ଆଜି ଆମ ଦେଶରେ ଔଷଧ ନାହିଁ କିନ୍ତୁ ୮୦ ଟି ଦେଶକୁ ଔଷଧ ପଠାଯାଇଛି । ସେ କହିଛନ୍ତି ଯେ, ମୋର ଏଥିରେ କିଛି ଅସୁବିଧା ନାହିଁ କିନ୍ତୁ ଏହି ସୁବିଧା ପ୍ରଥମେ ଦେଶବାସୀଙ୍କ ପାଇଁ ଉପଲବ୍ଧ କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking