29.1 C
Bhubaneswar
Wednesday, May 1, 2024
Homeଓଡିଶାନିଃସ୍ୱ କରୁଛି ଅଗ୍ନିକାଣ୍ଡ

ନିଃସ୍ୱ କରୁଛି ଅଗ୍ନିକାଣ୍ଡ

ଢେଙ୍କାନାଳ : ଢେଙ୍କାନଳ ଜିଲ୍ଲା ଭୁବନ ବ୍ଲକରେ ଗତ ତିନି ବର୍ଷରେ ୧୫୪ଟି ଅଗ୍ନିକାଣ୍ଡ ଘଟି କେତେ ଯେ ପରିବାର ନିଃସ୍ୱ ହେବା ସହିତ ଘର, ଧନ ସଂପତି ଏବଂ ରୋଜଗାର ମଧ୍ୟ ହରାଇନ୍ତି । ମାତ୍ର ଚଳିତ ବର୍ଷ ମାର୍ଚ୍ଚ ମାସ ସୁଧା ୩୯ ଟି ମାମଲା ରୁଜୁ ହୋଇଛି । କଥାରେ ଅଛି “ଘୋଡା ଚଢାଠାରୁ ନାହିଁ ସଂପତି, ଘର ପୋଡିଠାରୁ ନାହିଁ ବିପତି” । ମାତ୍ର ନିମିଷକ ମଧ୍ୟରେ କଷ୍ଟାର୍ଜିତ ଧନ ସଂପତି, ଘର , ଆସବାବ ପତ୍ର ସହିତ ପିଲାମାନଙ୍କ ପାଠପଢା ବହି ମଧ୍ୟ ଏଥିରୁ ବାଦ ପଡୁ ନାହାନ୍ତି । ସରକାରଙ୍କ ଚାଳଛପର ଘର ମୁକ୍ତ ଗାଁ ସ୍ୱପ୍ନ ସାକାର ହୋଇ ପାରୁ ନଥିବାରୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଏଭଳି ଦୈବି ଦୁର୍ବିପାକ ସଂଖ୍ୟା ବଢିବାରେ ଲାଗିଛି ।

ସାମାନ୍ୟ ଅସାବଧାନତା, ସର୍ଟସର୍କିଟରୁ ଏହି ଅଘଟଣ ହେଉଛି । ଫଳରେ ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ପରିମାଣ ବଢିବାରେ ଲାଗିଛି ।
ଅଧିକାଂଶ ଅଗ୍ନିକାଣ୍ଡ ରୋଷେଇ ବେଳେ ଅସାବଧନତା ଏବଂ ବିଦ୍ୟୁତ୍ ସଟ ଯୋଗୁଁ ଘଟିଥିବା ତଦନ୍ତରୁ ଜଣାପଡିଛି । ସେହିପରି ଭାବେ ବିଦ୍ୟୁତ୍ ବିଭାଗର କର୍ମଚାରିମାନେ ପୁରୁଣା ତାର ନବଦଳାଇବା ଯୋଗୁଁ ସେଥିରୁ ସର୍ଟସର୍କିଟ ଯୋଗୁଁ ସ୍ଥାନୀୟ ଅଚଂଳରେ ଅଗ୍ନିକାଣ୍ଡ ବହୁଧନ ଜୀବନ ନଷ୍ଟ ହେବା ସହିତ ଘରଦ୍ୱାର ଛାରଖାର ହେଉଛି । ତେବେ ତୁଳନାତ୍ମକ ଭାବେ ବିଗତ ବର୍ଷ ମାନଙ୍କ ଅପେକ୍ଷା ଏହା ଅଧିକ ବୋଲି ଅଗ୍ନିଶମ ବାହିନି କହୁଛନ୍ତି । ଏ ସଂପର୍କରେ ଅଗ୍ନିଶମ ବାହିନି ଅଧିକାରୀ କୁହନ୍ତି, ଅଗ୍ନିକାଣ୍ଡର ପ୍ରଥମ କାରଣ ଅସାବଧାନତା। ଲକଡାଉନ ସମୟରେ ସମସ୍ତେ ଘରେ ରହୁଥିବାରୁ ଅଗ୍ନିକାଣ୍ଡ ସଂଖ୍ୟା ହ୍ରାସ ପାଇଛି । କେବଳ ଝାଟି ମାଟି, ଚାଳଛପର ଘରେ ଅଗ୍ନିକାଣ୍ଡ ବେଶି ତାହା ଭାବିବା ଭୁଲ । ଏଭଳି ଘଟଣା କୌଣସି ସ୍ଥାନରେ ବି ଘଟିପାରେ । ଏହି ସବୁ ରୋକିବାକୁ ହେଲେ ସମସ୍ତଙ୍କୁ ସଚେତନ ହେବାକୁୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking