29.8 C
Bhubaneswar
Thursday, April 18, 2024
Homeଓଡିଶାରାଜଭବନରୁ ରାଉରକେଲା ଅଭିମୁଖେ ଯାତ୍ରା କଲେ ରାଷ୍ଟ୍ରପତି

ରାଜଭବନରୁ ରାଉରକେଲା ଅଭିମୁଖେ ଯାତ୍ରା କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ଆଜି ସକାଳୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଭବନରୁ ରାଉରକେଲା ଅଭିମୁଖେ ଯାତ୍ରା କରିଛନ୍ତି । ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରୁ ଯାଇ ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଜୁଏଲ ଓରାମ ମଧ୍ୟ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରାଉରକେଲାରେ ରାଷ୍ଟ୍ରପତି ଆରଏସପି ଓ ଆଇଜିଏଚ ସୁପର ହସ୍ପିଟାଲକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଉତ୍ସବରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ପ୍ରମୋଦ ମିଶ୍ର, ସାହିତ୍ୟ କ୍ଷେତ୍ରରେ ସୀତାକାନ୍ତ ମହାପାତ୍ର ଓ ଶିଳ୍ପ ବିକାଶ କ୍ଷେତ୍ରରେ କୁମାର ମଙ୍ଗଳମ୍ ବିର୍ଲା ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅବଦାନ ପାଇଁ ସମ୍ମାନିତ କରାଯିବ । ୧୧୮ ଜଣଙ୍କୁ ଡକ୍ଟରେଟ୍, ୩ ଜଣଙ୍କୁ ସମ୍ମାନଜନକ ଡି.ଏସସି ଡିଗ୍ରୀ ପ୍ରଦାନ କରାଯିବା ସହ ଓ ୮ ଜଣ ପ୍ରାକ୍ତନ ଛାତ୍ରଙ୍କୁ ସମ୍ମାନିତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking