29.1 C
Bhubaneswar
Thursday, October 6, 2022
Homeଓଡିଶାଟ୍ରାଫିକ୍ ସମସ୍ୟା ନେଇ ରାସ୍ତା ଅବରୋଧ

ଟ୍ରାଫିକ୍ ସମସ୍ୟା ନେଇ ରାସ୍ତା ଅବରୋଧ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମହିଷାପାଟ ଛକ ଦେଇ ଯାଇଛି ୫୫ ନଂ ଜାତୀୟ ରାଜପଥରେ ଫ୍ଲାଏ ଓଭର ବ୍ରିଜ୍ ଦାବୀ ନେଇ ରାସ୍ତା ଅବରୋଧ । ମାତ୍ର ଏହି ରାଜପଥଟି ସଂପ୍ରସାରଣ କାର୍ଯ୍ୟ ଚାଲୁରହିଥିବାରୁ ବହୁ ଅସୁବିଧାର ସମୁଖିନ ହେଉଛନ୍ତି ଜନସାଧାରଣ । ଏଠାରେ ରାସ୍ତାର ଉଚତା ୫ ଫୁଟଠାରୁ ଅଧିକ ହେଇଛି । ଯାହା ଫଳରେ ସପ୍ତସର୍ଯ୍ୟା ଠାରୁ ଢେଙ୍କାନାଳ ପୂର୍ତବିଭାଗ ରାସ୍ତାରେ ଯାତାୟତ ବିପଦ ଜନକ ହୋଇପଡିଛି । ବାରମ୍ବାର ଦୁର୍ଘଟଣା ଘଟିବା ସହିତ ବହୁ ଲୋକ ମଧ୍ୟ ପ୍ରାଣ ହରାଇଲେଣି ।

ମିଳିଥିବା ସୁଚନାରୁ, ରାଜପଥ ସଂପ୍ରସାରଣ ପରେ ସପ୍ତଶର୍ଯ୍ୟାରୁ ଢେଙ୍କାନାଳ ଯାତାୟତ କରିବାରେ ବହୁ ସମସ୍ୟା ସୃଷ୍ଟି ହେଲାଣି । ରାସ୍ତାର ଉଚ୍ଚତା ବଢିଯିବା ପରେ ଉଭୟ ପାଶ୍ୱର୍ରେ ଅଧିକ ଉଠାଣି ହୋଇଯାଇଛି । ଦୃତଗାମୀ ରାସ୍ତା ପାର ହେବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ଏକ ଜନଗହଳି ପୂର୍ଣ୍ଣ ଛକ ହୋଇଥିବାରୁ ଏଠାରେ ଏକ ଗୋଲେଇ ଛକ ଟ୍ରାଫିକ୍ ପୋଷ୍ଟ , ହାଇମାଷ୍କ ଲାଇଟ ସହ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କରିବା ନେଇ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି ।

ଆଗାମୀ ଦିନରେ ଏ ସମସ୍ୟାର ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଅର୍ନିଧିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟବାସୀ ଦାବୀ କରିଛନ୍ତି । ଏ ସଂପର୍କରେ ଏନ୍‌ଏଚଏଆଇର ଯନ୍ତ୍ରୀ କୁହନ୍ତି ଯେ ଜିଲ୍ଲାପାଳଙ୍କ ଜରିଆରେ ଆମେ ଏ ଅଭିଯୋଗ ପାଇଛୁ । ସମସ୍ୟାର ସମାଧାନ ଓ ଟ୍ରାଫିକ୍ ପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଅଧିକାରୀଙ୍କ ଠାରୁ ପ୍ରତିଶୃତି ପାଇଲା ପରେ ଆନ୍ଦୋଳନରୁ ଓହରିଥିଲେ ସ୍ଥାନୀୟ ବାସିନ୍ଦା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking