42.1 C
Bhubaneswar
Saturday, April 27, 2024
Homeଓଡିଶାସ୍ଥାୟୀ ନିଯୁକ୍ତି ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ସ୍ଥାୟୀ ନିଯୁକ୍ତି ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ ସରବରାହ କାର୍ଯ୍ୟକୁ ସେସୁ ପକ୍ଷରୁ ପ୍ରଥମେ ଏନଜେନ୍ ଆଉ ଏବେ ତାହା ଟାଟା ପାୱାର କଂପାନୀକୁ ଠିକାଭାବେ ଦିଆଯାଇଛି । ମାତ୍ର ସେସୁ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଥିବା ୭୫୦ ଜଣ କର୍ମଚାରୀଙ୍କ କଥା କେହି ଶୁଣୁନଥିବା ଜଣାପଡିଛି । ଏପରିକି ସେସୁ ପକ୍ଷରୁ ଠିକା ସଂସ୍ଥା ହାତରେ ବିଦ୍ୟୁତ୍ ସରବରାହ କାର୍ଯ୍ୟକୁ ଟେକି ଦେବା ପରେ ଏହି ଠିକା ସଂସ୍ଥାମାନେ କେତେକ ଅସ୍ଥାୟୀ କର୍ମଚାରୀଙ୍କ ଛଟେଇ କରିଦେଇଛି । ଆଉ କେତେକ କର୍ମଚାରୀଙ୍କ ଟାଟା ପାୱାର କଂପାନୀ ତରଫରୁ ଛଟେଇ କରିଥିବା ଜଣାପଡିଛି ।

ଫଳରେ ଏହି ଅସ୍ଥାୟୀ କର୍ମଚାରୀ ମାନେ ଟାଟା ପାୱାର ସେଂଟ୍ରାଲ କଂପାନୀର ଢେଙ୍କାନାଳ ଜିଲ୍ଲା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବୀ ସହ ଛଟେଇ କର୍ମଚାରୀଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ଦେବା ପାଇଁ ଦାବୀ କରିଥିଲେ । ଫଳରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଉତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସି ପହଂଚି ବୁଝାସୁଝା ପରେ ଉତେଜନା କମିଥିଲା । ଏ ସଂପର୍କରେ ଏକ ଦାବୀ ପତ୍ର ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପଠାଇଥିବା ପ୍ରକାଶ କରିଛନ୍ତି ବିକ୍ଷୋଭକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking