27.1 C
Bhubaneswar
Thursday, April 25, 2024
Homeଓଡିଶାଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ

ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ : ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଅଙ୍ଗନୱାଡି କର୍ମୀ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି । ଦେହରେ ନିଆଁ ଲାଗିବା ଫଳରେ ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡିଯାଇଥିବା ଜଣାପଡିଛି । ଗୁରୁତର ଅଙ୍ଗନୱାର୍ଡି କର୍ମୀ ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ଗ୍ରାମର ଅସନପାଟିଆ ସ୍ଥିତ ଅଙ୍ଗନୱାଡି-୧ କର୍ମୀ ସମିତା ମିଶ୍ର ।
ମିଳିଥିବା ସୁଚନାରୁ, ଅଙ୍ଗନୱାର୍ଡି କର୍ମୀ ଜଣଙ୍କ ଦୀର୍ଘ ବର୍ଷ ହେଲା ସେହି କେନ୍ଦ୍ର ନିକଟରେ ରହି ଆସୁଥିଲେ ।

ତେବେ ବିଭିନ୍ନ ସମୟରେ ମା ଓ ଝିଅ ମଧ୍ୟରେ କଳହ ଲାଗିରହୁଥିଲା । ତେବେ ଗତକାଲି ଅପରାହ୍ନରେ ସମିତା ନିଜ ଦେହରେ କିରୋସିନୀ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ତାଙ୍କ ଝିଅ ଗ୍ରାମବାସୀଙ୍କୁ ଡାକି ମା କୁ ଉଦ୍ଧାର କରିଥିଲେ । ତେବେ ଦେହରେ ନିଆଁ ଲାଗିବା ଫଳରେ ଦେହର ୮୦ ପ୍ରତିଶତ ପୋଡି ହୋଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିରାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିଛନ୍ତି । ଖବର ପାଇ ସେଠାରେ କାମାକ୍ଷାନଗର ପୋଲିସ ପହଚିଂ ତଦନ୍ତ ଜାରି ରଖିଛନ୍ତି । ତେବେ ଆତ୍ମହତ୍ୟାର ସଠିକ୍ କାରଣ ଜଣା ପଡିନଥିଲେ ମଧ୍ୟ ସମିତା ଓ ତାଙ୍କ ଝିଅ ମଧ୍ୟରେ କଳହ ଏକ କାରଣ ବୋଲି ଅନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking