27.1 C
Bhubaneswar
Thursday, April 25, 2024
Homeଓଡିଶାଆଖିବୁଜିଲେ ବ୍ୟବସାୟୀ, ଦୁଇଭାଇ ବାପ ଛେଉଣ୍ଡ

ଆଖିବୁଜିଲେ ବ୍ୟବସାୟୀ, ଦୁଇଭାଇ ବାପ ଛେଉଣ୍ଡ

ବାଲେଶ୍ୱର: ନୀଳଗିରିର ବିଶିଷ୍ଟ ବ୍ୟବସାୟୀ ସୂର୍ଯ୍ୟନାରାୟଣ ପଣ୍ଡାଙ୍କର କୋଭିଡ୍‌ରେ ଅକାଳ ବିୟୋଗ ଘଟିଛି । ଫଳରେ ତାଙ୍କର ଦୁଇ ଛୋଟ ଛୋଟ ପୁଅ ବାପ ଛେଉଣ୍ଡ ହୋଇଛନ୍ତି । ଏ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ନୀଳଗିରି ଏନଏସି ଅଧୀନ ମିରିଗିଣି ଅଞ୍ଚଳର ଶ୍ୟାମସୁନ୍ଦର ପଣ୍ଡାଙ୍କ ସାନପୁଅ ସୂର୍ଯ୍ୟନାରାୟଣ(୪୬) କୋଭିଡ୍‌ରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ଗତ ରବିବାର ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ବାଲେଶ୍ୱର ଜ୍ୟୋତି କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ପ୍ରଥମେ ଆଇସିୟୁ ପରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଗତକାଲି ରାତିରେ ବିପି ଅତ୍ୟଧିକ ବୃଦ୍ଧି ଘଟିଥିବା ବେଳେ ହୃଦ୍‌ଘାତ ହୋଇଥିଲା । ଡାକ୍ତର ତୁରନ୍ତ ଚିକିତ୍ସା ଯୋଗାଇ ଦେଇଥିବା ବେଳେ ଆଜି ଦିନ ୯ଟାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ମରଶରୀରକୁ ଅନ୍ତିମ ଦର୍ଶନ ପାଇଁ ତାଙ୍କ ସାଙ୍ଗ ସାଥି ଓ ଅଞ୍ଚଳବାସୀ ପହଞ୍ଚିଥିଲେ । ପ୍ରଶାସନ ତାରଫରୁ ମୁକ୍ତି ଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି । ବଡ଼ପୁଅ କାହ୍ନା ମୁଖାଗ୍ନି ଦେଇଥିଲେ । ସାନପୁଅ କାଳିଆ, ସ୍ତ୍ରୀ, ବଡ଼ଭାଇ, ଭଣଜା ଓ ତାଙ୍କ ସଢୁ ତଥା ନୀଳଗିରିର ସାମ୍ବାଦିକ ବ୍ରଜକିଶୋର ପାଣି ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ଥିଲେ ।

ସୂର୍ଯ୍ୟନାରାୟଣ ଜଣେ ବିଶିଷ୍ଟ ବ୍ୟବସାୟୀ ଥିବା ବେଳେ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଅକ୍ଷୟ ଆଚାର୍ଯ୍ୟ, ଦୀପ୍ତିକାନ୍ତ ମହାପାତ୍ର ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରି ପରିବାରଙ୍କୁ ଧର୍ଯ୍ୟ ଓ ସାହସ ଯୋଗାଇଦେବାକୁ ପ୍ରାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking