29.1 C
Bhubaneswar
Thursday, October 6, 2022
Homeଓଡିଶାକାଶିବାହାଲ ମଣ୍ଡିରେ ଧାନ କିଣାରେ ଅନିୟମିତତା ଅଭିଯୋଗ

କାଶିବାହାଲ ମଣ୍ଡିରେ ଧାନ କିଣାରେ ଅନିୟମିତତା ଅଭିଯୋଗ

ଧର୍ମଗଡ଼ : କୋକସରା ବ୍ଲକ କାଶିବାହାଲ ମଣ୍ଡିରେ ଧାନ କିଣାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । କିଛି ଚଷୀଙ୍କ ଟୋକନ ଲେପ୍ସ ହୋଇଥିବାବେଳେ ମଣ୍ଡିରେ ଧାନ ନ ଆଣି ଥିବା ଚାଷୀଙ୍କ ନାମରେ ଫଲ୍ସ ଏଣ୍ଟ୍ରି କରି ଧାନ କିଣା ଯାଇଥିବା ଜୈନିକ ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ମଣ୍ଡିରେ ଶନିବାର ଚାଷୀଙ୍କ ମଧ୍ୟରେ ହୋ ହାଲ୍ଲା ହୋଇଥିବା ହେଖିବାକୁ ମିଲିଥିଲା ।
ସୂଚନା ଅନୁଯାୟୀ, କାଶିବାହାଲ ପେକ୍ସ ଜରିଆରେ କାଶିବାହାଲ ପଞ୍ଚାୟତର ଚାଷୀଙ୍କ ଧାନ କିଣା ଯାଉଛି । ଡାଲୁଆ ମଣ୍ଡି ପାଇଁ ଗତ ୨୪ ତାରିଖରୁ ଧାନ କିଣା ପ୍ରକିୟା ଆରମ୍ଭ କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ମଣ୍ଡିରୁ ୧୮୬ଜଣ ଚାଷୀଙ୍କ ଠାରୁ ୧୨.୩୨୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇ ଥିବା ପେକ୍ସ କତ୍ତୃପକ୍ଷରୁ ସୁଚନା ମିଲିଛି ।

ହେଲେ ମଣ୍ଡିରେ ଥିବା ଚାଷୀ ଡମ୍ବରୁଧର ଚଣ୍ଡିଙ୍କ ଧାନ ବିକ୍ରି ପାଇଁ ତା,୨୦/୫/୨୧ ରେ ୮୦ କ୍ୱିଣ୍ଟାଲ ଟୋକନ ରହି ଥିବାବେଳେ ଓମ୍ ପ୍ରକାଶ ଲହଜଲଙ୍କ ତା.୧୯/୫/୨୧ ରେ ୧୨୦ କ୍ୱିଣ୍ଟାଲ, ଅକୃର ମାଝୀଙ୍କ ତା.୨୧/୫/୨୧ ରେ ୩୦.୪୮ କ୍ୱିଣ୍ଟାଲ, ଡମ୍ବରୁଧର ନାଗଙ୍କ ତା.୨୪/୫/୨୧ ରେ ୬୦.୨୪ କେଜି, ସଦାନନ୍ଦ ନାଗଙ୍କ ତା.୧୯/୫/୨୧ ରେ ୮୩ କ୍ୱିଣ୍ଟାଲ, ସୁମନି ନାଗ ତା.୨୦/୫/୨୧ ରେ ୭୨ କ୍ୱିଣ୍ଟାଲ, ବାଲେଶ୍ୱର ପୁଝାରୀଙ୍କ ତା.୨୨/୫/୨୧ ରେ୨୫ କ୍ୱିଣ୍ଟାଲ, ଉଲାଶ କୋଚିଆ ତା.୨୧/୫/୨୧ ରେ ୫୦.୪୦ କେଜି, ଧନସିଂ ମାଝୀ ତା.୨୨/୫/୨୧ ରେ ୧୭.୫୦ କେଜି ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ଧାନ ରଖିଥିବାବେଳେ ଏମାନଙ୍କର ଧାନ ଉଠାନ ନ ହୋଇ ଟୋକନ ଲେପ୍ସ ହୋଇଥିବା ସମସ୍ତ ଚାଷି ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷେ ପପୁ ବେମାଲ ନାମକ ଜଣେ ଚାଷୀ ଧାନ କିଣାରେ ଅନିୟମିତତା ହୋଇଥିବା ଓ ପ୍ରାୟ ୨ ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ନ ଆସି ଫଲ୍ସ ଏଣ୍ଟ୍ରି ହୋଇଥିବା ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି । ଏନେଇ କାଶିବାହାଲ ଡିଇଓ ସାଗର ବେହେରା ଙ୍କୁ ପଚାରିବାରୁ ଫଲ୍ସ ଏଣ୍ଟ୍ରି କଥାକୁ ଅସ୍ୱୀକାର କରିଛନ୍ତି । ଅନ୍ୟପଟେ ଚାଷୀ ମାନେ ଉପଯୁକ୍ତ ତଦନ୍ତ ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଶୀଘ୍ର ଧାନ ଉଠାଣ କରିବା କୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking