30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଟ୍ରେନ୍ ଦୁର୍ଘଟଣା, ଚାଲିଗଲା ୩୦ରୁ ଅଧିକ ଜୀବନ

ଟ୍ରେନ୍ ଦୁର୍ଘଟଣା, ଚାଲିଗଲା ୩୦ରୁ ଅଧିକ ଜୀବନ

ଇସ୍‌ଲାମ୍‌ବାଦ୍ : ପାକିସ୍ତାନରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି । ସିନ୍ଧର ଡାହରକି ଅଞ୍ଚଳରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅନେକ ଲୋକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମିଲାଟ ଏକ୍ସପ୍ରେସ ଏବଂ ସାର୍ ସୟଦ ଏକ୍ସପ୍ରେସ ମଧ୍ୟରେ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି। ଘୋଟକି ନିକଟରେ ମିଲାଟ ଏକ୍ସପ୍ରେସ ଏବଂ ସାର୍ ସୟଦ ଏକ୍ସପ୍ରେସ ମୁହାଁମୁହିଁ ହୋଇଥିଲେ ।

ଫଳରେ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ୫୦ ଜଣ ଆହତ ହୋଇଥିବା କୁହାଯାଉଛି । ଦୁର୍ଘଟଣାର ମାତ୍ରା ଏତେ ଭୟାବହ ଥିଲା ଯେ, ମିଲାଟ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଥିଲା । ପାଖାପାଖି ଭୋର ୩.୪୫ରେ ଘଟିଛି ଏହି ଦୁର୍ଘଟଣା । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ଯ ଚଳାଇଛି। ଅନେକ ଲୋକ ଫସି ରହିଛନ୍ତି। ଆଗକୁ ମତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking