25.1 C
Bhubaneswar
Thursday, April 30, 2026
Homeଓଡିଶାସାଧନା ପୀଠରେ ଧର୍ମ ସଭା: ଯୋଗ ଦେଲେ ସାଧୁ, ସନ୍ଥ, ସନ୍ନ୍ୟାସୀ

ସାଧନା ପୀଠରେ ଧର୍ମ ସଭା: ଯୋଗ ଦେଲେ ସାଧୁ, ସନ୍ଥ, ସନ୍ନ୍ୟାସୀ

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲାସ୍ଥ ନାଉଡପୁର ଠାରେ ଥିବା ସିଦ୍ଧ ମହାପୁରୁଷ ଶ୍ରୀ ଶ୍ରୀ ବାବା କାହ୍ନୁ ଗୋସ୍ୱାମୀଙ୍କର ୯୫ତମ ମହାପ୍ରୟାଣ ଦିବସର ବାର୍ଷିକ ଶ୍ରାଦ୍ଧ ମହୋତ୍ସବ ପରିପ୍ରେକ୍ଷୀରେ ସାଧୁ ମିଳନ ସହ ଧୁନି ଯଜ୍ଞ,ନାମ ଯଜ୍ଞ ଓ ଏକ ବିରାଟ ଧର୍ମ ସଭା କାର୍ଯକ୍ରମ ଗତ ୬ ତାରିଖ ଠାରୁ ତିନିଦିନ ଧରି ଆରମ୍ଭ ହୋଇ ଗତକାଲି ୮ ତାରିଖ ରବିବାର ସମାପନ ହୋଇଯାଇଛି।ଏହି ଧର୍ମ ସଭାରେ ଯୋଗ ଦେବାକୁ ଆସିଥିବା ସମସ୍ତ ସାଧୁ ସନ୍ଥ ସନ୍ନ୍ୟାସୀ ଓ ବିଶିଷ୍ଟ ଅତିଥିମାନଙ୍କୁ ଶଙ୍ଖଚିଲା ବଜାରସ୍ଥ ଖମଣ ପଞ୍ଚାୟତ କାର୍ଯ୍ୟାଳୟ ପରିସରରୁ ମିଳିତ ଭାବେ ଏକ ଭବ୍ୟ ପରିବେଶ ମଧ୍ୟରେ ଧର୍ମ ସଭା ସ୍ଥଳ କାହ୍ନୁ ଗୋସ୍ୱାମୀ ସାଧନା ପୀଠ କୁ ଭଜନ କୀର୍ତ୍ତନ ସହ ଶୋଭାଯାତ୍ରା ରେ ଅଞ୍ଚଳ ବାସୀ ଙ୍କ ତରଫରୁ ପାଛୋଟି ନିଆ ଯାଇଥିଲା। ଏହି ବିଶେଷ ଧରଣର ଧର୍ମ ସଭା କାର୍ଯକ୍ରମ ରେ ସଭାପତି ଭାବେ କମିଟି ସଭାପତି ମଦନମୋହନ ସାହୁ ସଭାପତିତ୍ବ କରିଥିଲାବେଳେ ବେଳେ କମିଟି ର ବରିଷ୍ଠ ସଭ୍ୟ ଅକ୍ଷୟ କୁମାର ଜେନା ଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ତଥା ଧର୍ମ ପ୍ରାଣ ନିଗମାନନ୍ଦ ମହାନ୍ତି , ମୁଖ୍ୟ ବକ୍ତା ମାଳିକା ପ୍ରବକ୍ତା ଦାଶରଥି ଦୟାନିଧି ମହାରାଜ,ଜନ ସମୁଦ୍ର ମଠ ଓ ସମ୍ମାନିତ ଅତିଥି ବାବାଜୀ ନିଳାଚଳ ଦାଶ ମହାରାଜ ଶ୍ରୀ ରାଧାରମଣ ସେବାଶ୍ରମ,ସନ୍ଥ ପାଗଳ ବାବା ଗାଦି ବ୍ରହ୍ମ ପୀଠ,ସନ୍ଥ ମଦନମୋହନ ମହନ୍ତ, ବାଲିକୁଦା,ଜଗତସିଂହପୁର ରୁ ଓ ବ୍ରହ୍ମଚାରୀ ହିମାଂଶୁ ଚୈତନ୍ୟ ମହାରାଜ ବଳଦେବଜୀଉ ଆଶ୍ରମ ମଂଜୁରୀ ରୋଡ ଭଦ୍ରକରୁ ଯୋଗ ଦେଇଥିଲେ। ଏଥି ସହିତ ଅଞ୍ଚଳର କୁମ୍ପଣ୍ଡୁଆ ମଠ ର ସାଧୁ ରାଧେଶ୍ୟାମ ଦାଶ ମହାରାଜ ଙ୍କ ନେତୃତ୍ବରେ ସାଧୁମେଳି କରାଯାଇ ଧୂନି ଯଜ୍ଞ କରାଯାଇଥିଲା। ସଙ୍କୀର୍ତ୍ତନ ନାମ ଯଜ୍ଞ ବରିଷ୍ଠ ସଭ୍ୟ ଧନେଶ୍ଵର ନାଥ ଓ ବାଇଧର ନାୟକ ଙ୍କ ନେତୃତ୍ବରେ ସମାପନ ହୋଇଥିଲା।ପ୍ରଥମେ ଧର୍ମ ସଭା କୁ ପଣ୍ଡିତ ଲକ୍ଷ୍ମୀଧର ଅଧିକାରୀ ବେଦ ପାଠ କରାଇ ଅତିଥି ମାନଙ୍କ ଦ୍ବାରା ସମୁହ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଉଦଘାଟନ କରାଯିବା ସ୍ଥଳେ କାହ୍ନୁ ଗୋସ୍ୱାମୀ କମିଟିର ସମ୍ପାଦକ ରଘୁନାଥ ବେହେରା ସ୍ବାଗତ ଭାଷଣ ଓ ଅନୁଷ୍ଠାନ ର ବିବରଣୀ ସର୍ବ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ କମିଟି ର କାର୍ଯ୍ୟନିର୍ବାହୀ ସଭ୍ୟ ନିରଞ୍ଜନ ସାହୁ ଓ ସାଥୀ ଗଣ ଆବହନି ସଙ୍ଗୀତ ସହ ବିଦ୍ୟାଧର ସାହୁ ଓ ଅନନ୍ତ ଚରଣ ମଲ୍ଲିକ, ଉପେନ୍ଦ୍ର କୁମାର ସାହୁ,ଗୋପିନାଥ ନାୟକ, ନାରାୟଣ ଚନ୍ଦ୍ର ସାହୁ ଙ୍କ ନେତୃତ୍ବରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶଙ୍ଖଚିଲା ଗୋଡ଼ି ପାଟଣା ଗ୍ରାମର ଜଣେ ପୁରାତନୀ ସଭ୍ୟ ତଥା ବୁଦ୍ଧିଜୀବୀ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ଦ୍ବାରା ଏହି ସର୍ବ ପୁରାତନ ପ୍ରାଚୀନ ପୀଠର ମହିମା ପ୍ରଚାର ଉଦ୍ଦେଶ୍ୟରେ ୧୯୭୨ ମସିହା ରୁ ଲିଖିତ ମାତ୍ର ଅପ୍ରକାଶିତ ପୁସ୍ତକ “ଶ୍ରୀଶ୍ରୀ ସିଦ୍ଧ କାହ୍ନୁ ଗୋସ୍ୱାମୀ ଚରିତ” ନାମକ ପୁସ୍ତକ କୁ ତାଙ୍କ ପୁତ୍ର ଅବସରପ୍ରାପ୍ତ ଶିକ୍ଷକ ବିଷ୍ଣୁ ଚରଣ ସାହୁ ଙ୍କ ଦ୍ବାରା ପ୍ରକାଶନ କରାଯାଇ ଏହି ଧର୍ମ ସଭା ରେ ଅତିଥି ମାନଙ୍କ ଦ୍ବାରା ଉଦ୍ ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସଭ୍ୟ ବିମଳେନ୍ଦୁ ସାହୁ ଭୀମସେନ ସାହୁ ରବୀନ୍ଦ୍ର କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼,ଈଶ୍ବର ଚନ୍ଦ୍ର ସାହୁ, ଗୋୖରାଙ୍ଗ ଚରଣ ସାହୁ, ଜଗବନ୍ଧୁ ବିନ୍ଧାଣି,ଗୋପାଳ ଚରଣ ମଳିକ, ଶତୃଘ୍ନ ସାହୁ, ରାଧାକାନ୍ତ ସାହୁ, ସଞ୍ଜୟ କୁମାର ସାହୁ, ଜୟନ୍ତ କୁମାର ଗୁରୁ, ବନମାଳୀ ଗୁରୁ, ଦୁର୍ଯୋଧନ ସାହୁ, ଶତୃଘ୍ନ ପାଢ଼ୀ, ଅଭିରାମ ସାହୁ, ରବୀନ୍ଦ୍ର କୁମାର ସାହୁ ଅନନ୍ତ ଚରଣ ଅଧିକାରୀ, ମଣି ଚରଣ ପଣ୍ଡା, ଭିକାରୀ ଚରଣ ଅଧିକାରୀ ଓ ଅଭିନ୍ନ ଚରଣ ମଳିକ ଅଞ୍ଚଳ ର ସମସ୍ତ ଗ୍ରାମ ବାସୀ ଙ୍କ ସହିତ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ବଢେଇ ଟିକର ଯୁବକ ସଙ୍ଘ ଓ କାହ୍ନୁ ଗୋସ୍ୱାମୀ ୟୁଥ୍ କମିଟି ର ଯୁବ ସ୍ବେଛାସେବୀ ଗଣ ସହ ସ୍ଥାନୀୟ ପୋଲିସ ଉଲ୍ଲେଖନୀୟ ସହଯୋଗ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲା ବେଳେ ଓଁ ନମଃ ଶିବାୟ ଭଜନ ସନ୍ଧ୍ୟା ଗୃପ୍ ଭୁବନେଶ୍ବର ତରଫରୁ ବିଷ୍ଣୁ ମାଷ୍ଟ୍ରେ ଙ୍କ ନେତୃତ୍ବରେ ଭଜନ ପରିବେଷଣ ହୋଇଥିଲା, ଶେଷରେ ଅନୁଷ୍ଠାନ ର ଉପସଭାପତି ଚକ୍ରଧର ସାହୁ ଙ୍କ ଦ୍ବାରା ଧନ୍ୟବାଦ ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking