29.1 C
Bhubaneswar
Sunday, May 19, 2024
Homeଓଡିଶାଧାମନଗର ଏନଏସି ଭୋଟ୍‌: ଚାଲିଛି ମତଦାନ

ଧାମନଗର ଏନଏସି ଭୋଟ୍‌: ଚାଲିଛି ମତଦାନ

ଭୁବନେଶ୍ୱର: ଗତ ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ ମହାନଗର ନିଗମରେ ପୌର ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ତେବେ ଭଦ୍ରକ ଜିଲ୍ଲା ଧାମନଗର ଏନଏସିରେ ସେହିଦିନ ଗଣ୍ଡଗୋଳ ଓ ଛୁରାମାଡ଼ ଘଟଣା ସକାଶେ ସବୁ ୱାର୍ଡ଼ରେ ଭୋଟଗ୍ରହଣ ହୋଇପାରିନଥିଲା । ଏଣୁ ଏନଏସିର ସବୁ ୱାର୍ଡ଼ରେ ଗଣତିକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଧାମନଗର ଏନଏସିର ଯେଉଁସବୁ ୱାର୍ଡ଼ରେ ମତଦାନ ପ୍ରକ୍ରିୟା ହୋଇପାରିନଥିଲା, ସେଠାରେ ଆଜି ଭୋଟଗ୍ରହଣ ହୋଇଯାଇଛି । ଏନଏସିର ୱାର୍ଡ଼ ନଂ-୨ ଅନ୍ତର୍ଗତ ତୃତୀୟ ନଂ ବୁଥ୍‌, ୱାର୍ଡ଼ ନଂ-୫ ଅନ୍ତର୍ଗତ ୮ ଓ ୯ ନମ୍ବର ବୁଥ୍‌, ୱାର୍ଡ଼ ନଂ-୯ ଅନ୍ତର୍ଗତ ୧୬ ନମ୍ବର ବୁଥ୍ ଏବଂ ୱାର୍ଡ଼ ନଂ-୧୦ ଅନ୍ତର୍ଗତ ୧୭ ଓ ୧୮ ନମ୍ବର ବୁଥ୍‌ରେ ଆସନ୍ତାକାଲି ମତ ଗ୍ରହଣ ହେବ । ଦିନ ୧୦ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ଚାଲିବ । ଏଥିପାଇଁ ଧାମନଗର ଏନଏସିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାପରେ ୬ ତାରିଖ ଦିନ ଅର୍ଥାତ୍ ବୁଧବାର ଏନଏସିର ସମସ୍ତ ୱାର୍ଡ଼ର କାଉନସିଲର ଓ ପୌରାଧ୍ୟକ୍ଷଙ୍କ ପାଇଁ ଭୋଟ୍ ଗଣତି ପ୍ରକ୍ରିୟା କରାଯିବା ସହ ସେହିଦିନ ଫଳାଫଳ ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking