31.1 C
Bhubaneswar
Tuesday, April 23, 2024
Homeଦ୍ୱାଦଶ ପରୀକ୍ଷା -୨୦୨୨ସିବିଏସ୍‌ଇ ଟର୍ମ -୧ ପରୀକ୍ଷା ଫଳକୁ ନେଇ ଛାତ୍ରୀଙ୍କ ଅସନ୍ତୋଷ

ସିବିଏସ୍‌ଇ ଟର୍ମ -୧ ପରୀକ୍ଷା ଫଳକୁ ନେଇ ଛାତ୍ରୀଙ୍କ ଅସନ୍ତୋଷ

ଭୁବନେଶ୍ୱର: ସିବିଏସ୍‌ଇ ଟର୍ମ-୧ ପରୀକ୍ଷା ପ୍ରଶ୍ନପତ୍ରରେ ତୃଟିଥିବା ନେଇ ବହୁ ଅଭିଭାବକ ଓ କେତେକ ସ୍କୁଲର କର୍ତ୍ତୃପକ୍ଷ ସିବିଏସ୍‌ଇକୁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଧା ତାହାର କୌଣସି ପ୍ରତିକାର କରାଯାଇ ନାହିଁ । ଓଡ଼ିଶା ପ୍ରଶ୍ନରେ ୧୧ ମାର୍କ ଭୁଲ ପ୍ରଶ୍ନକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ସିବିଏସ୍‌ଇ ରିଜୋନାଲ ମୁଖ୍ୟଙ୍କୁ ଭେଟିଥିଲେ । ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା, କିଛି ସମସ୍ୟାର ସମାଧାନ ମଧ୍ୟ କରାଗଲା ମାତ୍ର ରାଜଧାନୀର ଏକ ଘରୋଇ ସ୍କୁଲର ଜଣେ ଛାତ୍ରୀଙ୍କୁ ନ୍ୟାୟ ମିଳିପାରିଲା ନାହିଁ ।
ଯିଏ ସବୁ ପ୍ରଶ୍ନକୁ କରିଥିବ ତାକୁ ଫୁଲ ମାର୍କ ମିଳିବ ବୋଲି ସିବିଏସ୍‌ଇ କର୍ତ୍ତୁପକ୍ଷ କିଛି ଅଭିଭାବକ ମାନଙ୍କୁ କହିଲେ । କିନ୍ତୁ ଏକ ଘରୋଇ ସ୍କୁଲ ଲାଗି ତାହା ହୋଇନାହିଁ । ଫଳରେ ସମ୍ପୃକ୍ତ ସ୍କୁଲର କିଛି ଅଭିଭାବକ ସିବିଏସ୍‌ଇ ରିଜୋନାଲ ମୁଖ୍ୟରେ ଲିଖିତ ଅଭିଯୋଗ କଲେ । କିନ୍ତୁ କର୍ତ୍ତୃପକ୍ଷ ସ୍କୁଲକୁ ଜଣାଅ କହି ନିଜ ମୁଣ୍ଡରୁ ଦୋଷ କାଢ଼ିଦେଇଥିଲେ । ଏପରି ପରିସ୍ଥିତିରେ ସମ୍ପୃକ୍ତ ସ୍କୁଲର ଜଣେ ଛାତ୍ରୀ ନିଜର ନ୍ୟାୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନଙ୍କୁ ଚିଠି ମାଧ୍‌ୟମରେ ଅବଗତ କରିଛନ୍ତି ।
ଶିକ୍ଷାମନ୍ତ୍ରୀ ଓଡ଼ିଶାର ହୋଇଥିବାରୁ ତୁରନ୍ତ ପଦକ୍ଷେପ ନେବେ ବୋଲି ବିନମ୍ର ସହ ମନ୍ତ୍ରୀଙ୍କୁ ଅନୁରୋଧ କରିଛି ବୋଲି ସେହି ଛାତ୍ରୀ ଜଣଙ୍କ କହିଛନ୍ତି । ଟର୍ମ-୨ ପରୀକ୍ଷା ୨୬ ତାରିଖ ହେବାକୁ ଥିବାରୁ ନ୍ୟାୟ ନମିଳିଲେ ଆଗକୁ ମାନସିକ ସ୍ତରରେ ଅନେକ ଚାପ ପଡିବ ବୋଲି ଛାତ୍ରୀଜଣଙ୍କ କହିଛନ୍ତି । ଏପରିକି ସମସ୍ୟାର ସମାଧାନ ନହେଲେ ନିଜର ଏବଂ ସ୍କୁଲ ପିଲାଙ୍କର ଯାହା କ୍ଷତି ହେବ ସେଥିପାଇଁ କେବଳ ସିବିଏସ୍‌ଇ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking