ଭୁବନେଶ୍ୱର: ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଉପଯୁକ୍ତ ପ୍ରତିଭା ସୃଷ୍ଟି ସହିତ ଯୁବବର୍ଗଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ଏବଂ ନିପୁଣ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ନାସକମ୍ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଆଜି ସ୍ଥାନୀୟ ଲୋକସେବା ଭବନଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।
ଏହାଦ୍ୱାରା ରାଜ୍ୟର ୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ‘ଫ୍ୟୁଚର ସ୍କିଲ୍ସ ପ୍ରାଇମ୍’ ମାଧ୍ୟମରେ ଦକ୍ଷତାଭିତ୍ତିକ ତାଲିମ ପ୍ରଦାନ କରାଯିବ । ଯଦ୍ଦ୍ୱାରା ସେମାନେ ଭବିଷ୍ୟତରେ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ବିଭିନ୍ନ ଆହ୍ୱାନର ସଫଳ ମୁକାବିଲା କରିପାରିବେ । ଆଜିର ଡିଜିଟାଲ ଇକୋସିଷ୍ଟମରେ ଆବଶ୍ୟକ ହେଉଥିବା ପ୍ରମୁଖ ଜ୍ଞାନକୌଶଳରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ପ୍ରଶିକ୍ଷକ-ଅଧ୍ୟାପକମାନଙ୍
ଡିଜିଟାଲ ପ୍ରବାହ ଏବଂ ଶିଳ୍ପ ଅନୁକୂଳ ବିଷୟବସ୍ତୁ ସହିତ ସମସ୍ତ କ୍ଷେତ୍ରରେ ବୈଷୟିକ ଦକ୍ଷତା ସୃଷ୍ଟି କରିବା ହେଉଛି ଏହି ବୁଝାମଣାର ଲକ୍ଷ୍ୟ । ଉଚ୍ଚଶିକ୍ଷା ବିଭାଗ ଓ ନାସକମର ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଏଥିରେ ଯୋଗ ଦେଇଥିଲେ ।