38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଆଡିଡାସ୍ ଟିମ୍ ଇଣ୍ଡିଆ କିଟ୍ ପାର୍ଟନର୍

ଆଡିଡାସ୍ ଟିମ୍ ଇଣ୍ଡିଆ କିଟ୍ ପାର୍ଟନର୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବ୍ରାଣ୍ଡ୍ ଆଡିଡାସ୍ ଭାରତୀୟ କ୍ରିକେଟ୍ ଟିମ୍‌ର କିଟ୍ ପାର୍ଟନର୍ ଭାବେ ବିସିସିଆଇ ସହ ଚୁକ୍ତିବଦ୍ଧ ହୋଇଛି । ଆସନ୍ତା ୨୦୨୮ ପର୍ଯ୍ୟନ୍ତ କମ୍ପାନୀ ଏହି ଭୂମିକାରେ ରହିବ ବୋଲି ମଙ୍ଗଳବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ମାସରେ ଖେଳାଯିବାକୁ ଥିବା ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌ରେ ପ୍ରଥମ ଥର ପାଇଁ ଭାରତୀୟ ଟିମ୍ ଏହି କମ୍ପାନୀର ପୋଷାକ ଓ ଅନ୍ୟାନ୍ୟ ସମାଗ୍ରୀ ପରିଧାନ କରିବ । ବିସିସିଆଇ ସଚିବ ଜୟ ଶାହଙ୍କ କହିବାନୁସାରେ, ଆଡିଡାସ୍ ପକ୍ଷରୁ ଭାରତୀୟ ପୁରୁଷ ଓ ମହିଳା ଦଳ ସହ ୧୯ ବର୍ଷରୁ କମ୍ ଦଳର କିଟ୍‌, ଜର୍ସି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ।

ଏନେଇ ସୋମବାର ଏହି ଜର୍ମାନୀଭିତ୍ତିକ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଶାହ ସୂଚନା ଦେଇଛନ୍ତି । ତେବେ କିଟ୍ ସ୍ପନ୍‌ସର୍ ଭାବେ ଆଡିଡାସ୍ ବିସିସିଆଇକୁ କେତେ ଟଙ୍କା ଦେବ, ସେନେଇ କୌଣସି ସୂଚନା ଦିଆଯାଇନାହିଁ । ସୋମବାର ଚୁକ୍ତି ସ୍ୱାକ୍ଷର ହେବା ପରେ ଆଡିଡାସ୍ ସିଇଓ ବିଜୋର୍ନ ଗୁଲଡେନ୍ ଆଗାମୀ ଦଶନ୍ଧିରେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ସଂପ୍ରସାରିତ ବଜାର ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking