36.1 C
Bhubaneswar
Saturday, May 4, 2024
Homeଓଡିଶାଡେଙ୍ଗୁ କମୁଛି, ବଢ଼ୁଛି, ଡ଼ରାଉଛି : ସଂକ୍ରମଣ ବେ-ଲଗାମ

ଡେଙ୍ଗୁ କମୁଛି, ବଢ଼ୁଛି, ଡ଼ରାଉଛି : ସଂକ୍ରମଣ ବେ-ଲଗାମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବେ ମଧ୍ୟ ବହୁ ସମ୍ବେଦନଶୀଳ ସ୍ଥିତିରେ ଗତି କରୁଛି । ଜାରି ରହିଥିବା କରୋନା ସଂକ୍ରମଣ ଥମୁନଥିବା ବେଳେ ବୋଝ ଉପରେ ନଳିତା ବିଡା ସଦୃଶ ଏବେ ଡେଙ୍ଗୁ ଲୋକଙ୍କ ନିଦ ହଜାଇ ଦେଇଛି । ଘରେ ଘରେ ଏବେ ଜ୍ୱର, କାଶ, ଥଣ୍ଡା ତରଳଝାଡ଼ା ପରି ରୋଗ ସାଧାରଣତଃ ଦେଖିବାକୁ ମିଳୁଛି । ଚିକିତ୍ସା ପାଇଁ ମେଡିକାଲକୁ ଗଲେ ସେଠି ବି ଗହଳି ଚହଳି ଲାଗି ରହୁଛି । ଏହିସ୍ଥିତିରେ ସହରବାସୀଙ୍କୁ ମୌଳିକ ସେବା ଯୋଗାଇବା ସଫେଇ ରଖୁଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମହାମାରୀ ମୁକାବିଲା ଏକ ମିଛ ବାହାସ୍ପୋଟ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଗତ କେଇ ଦିନ ହେବ ଭୁବନେଶ୍ୱରରେ ସଂକ୍ରମଣ ଅହେତୁକ ମାତ୍ରାରେ ବୃଦ୍ଧି ପାଇଛି । ଯେଉଁଠି ଖାଲି କରୋନା ସଂକ୍ରମିତଙ୍କ ଉପରେ ନଜର ଥିଲା ସେଠି ଏବେ ଡେଙ୍ଗୁ ଡର ଘାରିଛି । ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ୱରରେ ୧୧୬ ଜଣ ଡେଙ୍ଗୁ ରୋଗିଥିଲେ, ସେଠି ଆଜି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫୫୨ରେ ପହଞ୍ଚିଛି । ଦୈନିକ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଡେଙ୍ଗୁରେ ପିଡ଼ୀତ ହେଉଥିବା ସାମ୍ନାକୁ ଆସୁଥିବାବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।

ବିଏମ୍‌ସି ତଥ୍ୟ ମୂତବାକ, ମଶା ବୃଦ୍ଧିର ଆଶଙ୍କା ଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ସ୍ଥାନରେ ସଫେଇ କରାଯାଇଛି । ୫୫,୪୬୪ ସ୍ଥାନରୁ ଏଡିସ୍ ମଶାର ଲାର୍ଭାକୁ ନଷ୍ଟ କରାଯାଇଛି । ଏଥିସହ ୫୪,୧୫୪ ସ୍ଥାନରେ ଏଡ଼ିଶ୍ ମଶାର ପ୍ରଜନନ ଉତ୍ସକୁ ନଷ୍ଟ କରାଯାଇଛି । ହେଲେ ଏବେ ମଧ୍ୟ ବିଏମ୍‌ସି ତା’ର ସର୍ଭେଲାନ୍ସ ବଢ଼ାଇବାରେ ଅକ୍ଷମ ପାଲଟଇଛି । ସହରର ୨୧,୨୬୯ ଘରକୁ ସର୍ଭେଲାନ୍ସରେ ଆଣିଛି । ଯେଉଁଥିରେ ୯୨,୩୭୨ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି । ବିଏମ୍‌ସି ପକ୍ଷରୁ ସର୍ଭେଲାନ୍ସ ପ୍ରକ୍ରିୟା ଧିମା ହୋଇଥିବାରୁ ସଂକ୍ରମଣ ବୃଦ୍ଧିପାଉଥିବା ଅଭିଯୋଗ ହୋଇଛି । ଏହି ମଧ୍ୟରେ ସହରରୁ ୧୦୬୦ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବିଏମ୍‌ସି ସୁଚନା ଦେଇଛି । ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମ୍‌ସି ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । ଏବେ ଶୈଳଶ୍ରୀବିହାର ଓ ନିଳାଦ୍ରୀ ବିହାରକୁ ବାଦ୍ ଦେଇ ମଧ୍ୟ ଏକାଧିକ ସ୍ଥାନରୁ ବହୁ ସଂଖ୍ୟାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି, ଯାହାକି ବିଏମ୍‌ସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking