26.1 C
Bhubaneswar
Sunday, May 3, 2026
Homeଓଡିଶାରାଜଧାନୀରେ ଡରଉଛି ଡେଙ୍ଗୁ

ରାଜଧାନୀରେ ଡରଉଛି ଡେଙ୍ଗୁ

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବରୁ ଖଣ୍ଡଗିରି ଏବଂ ଜାଗମରା ଅଞ୍ଚଳରୁ ଅଧିକ ଚିହ୍ନଟ ହେଉଥିବାବେଳେ ଏବେ ପଟିଆ ଏକ ନମ୍ବରରେ ରହିଛି ବୋଲି ଜଣାପଡିଛି। ସେହିପରି ସହିଦନଗର, ସାଲିଆସାହି ଅଞ୍ଚଳରେ ମଧ୍ୟ ଆକ୍ରାନ୍ତ ରହିଛନ୍ତି। ରାଜଧାନୀରେ ଏପର୍ଯ୍ୟନ୍ତ ପ୍ରାୟ ୧୫ହଜାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ସେଥିରୁ ୪୩୬ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରେ ଏପର୍ଯ୍ୟନ୍ତ ମୋଟ ୧୯,୧୭୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ୯୧୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୪୩୬ଜଣ ଚିହ୍ନଟ ହୋଇଥିବା ବେଳେ ୨୬୮ ରୋଗୀଙ୍କ କୌଣସି ତଥ୍ୟ ନାହିଁ। ସେହିପରି ଅନ୍ୟ ଜିଲାରୁ ୪୫ ଓ ଖୋର୍ଦ୍ଧା ଅଞ୍ଚଳରୁ ୧୭୦ ଚିହ୍ନଟ ହୋଇଥିବା ଜଣାପଡିଛି। ଗତବର୍ଷ ଜୁଲାଇରେ ୫ଶହରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଜୁଲାଇରେ ୨୦୨ ଚିହ୍ନଟ ହୋଇଛନ୍ତି। ସେହିପରି ଅଗଷ୍ଟରେ ହଜାରେ ପରେ ମାମଲା ଥିବାବେଳେ ଚଳିତ ବର୍ଷ ଏହାଠାରୁ ଢେର ଗୁଣରେ କମ୍‌‌ ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking