28.1 C
Bhubaneswar
Friday, March 29, 2024
Homeଓଡିଶାକ୍ଷତିପୂରଣ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

କ୍ଷତିପୂରଣ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ଯାଜପୁର: ଯାଜପୁର ବିଂଝାରପୁର ବ୍ଲକ ବରପଦା ଗ୍ରାମର ମୃତ ଚାଷୀ ରମାକାନ୍ତ ମଲିକ  ଚାଷୀ ବୋଲି ସ୍ୱିକାର କରିବା ଏବଂ ତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ଦାବୀନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଳାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଜଗନ୍ନାଥମନ୍ଦିରରୁ ଶୋଭାଯାତ୍ରାରେ ଆସି ଜିଳାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରମାକାନ୍ତଙ୍କ ଆତ୍ମହତ୍ୟାକୁ ମାସେ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିନାହିଁ କି ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁନାହିଁ । ରମାକାନ୍ତଙ୍କ ପରିବାରକୁ କ୍ଷତିପୂରଣ ଏବଂ ସରକାର ଚାଷୀ ଆତ୍ମହତ୍ୟା ବୋଲି ସ୍ୱିକାର ନ କରେ ଆଗାମୀ ଦିନରେ ନବନିର୍ମାଣ କୃଷକ ସଂଗଠନ ରାଜରାସ୍ତାକୁ ଆସି ଆନ୍ଦୋଳନକୁ ଜୋରଦାର କରିବ ବୋଲି  ସଂଗଠନର ପକ୍ଷରୁ ଅକ୍ଷୟ କୁମାର ଚେତାବନୀ  ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking