37.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଦିଲ୍ଲୀ ହିଂସାରେ ଏ ଯାଏଁ ୩୪ ଜଣଙ୍କ ମୃତ୍ୟୁ, ୧୩୦ ଗିରଫ; ପଢନ୍ତୁ ଆଜିର ୫...

ଦିଲ୍ଲୀ ହିଂସାରେ ଏ ଯାଏଁ ୩୪ ଜଣଙ୍କ ମୃତ୍ୟୁ, ୧୩୦ ଗିରଫ; ପଢନ୍ତୁ ଆଜିର ୫ ବଡ ଖବର

ନୂଆଦିଲ୍ଲୀ: ଗତ ୩ ଦିନ ଧରି ଉତରପୂର୍ବ ଦିଲ୍ଲୀରେ ହେଉଥିବା ଙିଂସାରେ ଏଯାବତ ୩୪ ଜଣଙ୍କ ମୃତ୍ୟୁ ହୋଇସାରିଛି । ଆଜି ସକାଳେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଶବ ଜବତ ହୋଇଛି । ଏବେ ବି ୨ଶହରୁ ଅଧିକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ କିଛି ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଏହି ହିଂସାକାଣ୍ଡକୁ ନେଇ ବିଭିନ୍ନ ଜାଗାରେ ୧୮ଟି ଏଫଆଇଆର କରାଯାଇଥିବା ବେଳେ ୧୩୦ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ବୁଧବାର ଯଦିଓ ଓ ସେଭଳି କିଛି ବଡ ହିଂସାକାଣ୍ଡ ଘଟିନଥିଲା ହେଲେ ରାତିରେ ମୌଜପୁର ସମେତ କିଛି ଅଂଚଳରେ ହିଂସାର ପ୍ରଭାବ ଦେଖିବାକୁ ମିଳିଥିଲା । ଦିଲ୍ଲୀ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନ ଲଗାତର ସମ୍ବେଦନଶୀଳ ସ୍ଥାନ ଗସ୍ତ କରୁଛନ୍ତି । ହିଂସା ଜାରି ଥିଲେ ବି ଧିରେଧିରେ ଦିଲ୍ଲୀ ସାଧାରଣ ଅବସ୍ଥାକୁ ଫେରୁଥିବା କୁହାଯାଉଛି । ଅନ୍ୟପଟେ ସଲିଷ୍ଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସହ ଆଜିସନାଲ ସଲିଷ୍ଟର ଜେନେରାଲ ମନିନ୍ଦର ଆଚାର୍ଯ୍ୟ ଓ ବରିଷ୍ଠ ଓକିଲ ରଜନ ନ୍ୟାୟାର ମଧ୍ୟ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦିଲ୍ଲୀ ପୋଲିସର ପକ୍ଷ ରଖିବେ । ଦିଲ୍ଲୀ ଉପରାଜ୍ୟପାଳ ଏହି ଆଦେଶ ଦେଇଥିବା ସୂଚନା ମିଳିଛି ।
ଆମ୍ ଆଦମୀ ପାର୍ଟି କର୍ପୋରେଟର ତୈହିର ହୁସେନଙ୍କ ଉପରେ ଆରୋପ
ଏହି ପରିପ୍ରେକ୍ଷୀରେ ହିଂସା ରେ ଆପ୍ କର୍ପୋରେଟର ତାହିର ହୁସେନଙ୍କ ହାତ ରହିଥିବା ଏବେ ଚର୍ଚ୍ଚା ହେଉଛି । ଏହି ହିଂସାରେ ମୃତ୍ୟୁବରଣ କରିଥିବା ଇଂଟେଲିଜେନସ ଅଫିସର ଅଙ୍କିତ ଶର୍ମା ଙ୍କ ମୃତ୍ୟୁ ପଛରେ ତାହିରଙ୍କ ହାତ ରହିଥିବା ଅଙ୍କିତଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ସେମାନେ ତାହିରଙ୍କ ଉପରେ ସମସ୍ତ ଦୋଷ ଲଦି ଦେଇଛନ୍ତି । ଖାଲି ଏତିକି ନୁହେଁ ବରଂ ୨୫ ଫେବୃୟାରୀରେ ଚାନ୍ଦବାଗସ୍ଥିତ ଅଙ୍କିତଙ୍କ ଘର ଉପରକୁ ଢେଲା ପଥର ମାଡରେ ତାହିରଙ୍କ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି । ଆଉ ଏବେ ତାଙ୍କ ଘର ଛାତ ଉପରେ ବିପୁଳ ମାତ୍ରାରେ ପଥର ଓ ପେଟ୍ରୋଲ ବମ୍ ମଧ୍ୟ ଦେଖିବାକୁ ମିଳିଛି । ଏହି ଅଭିଯୋଗ ଆସିବା ପରେ ତାହିର ଏହାକୁ ଖଣ୍ଡନ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏହାର ସଫେଇ ଦେଇ ତାହିର କହିଛନ୍ତି ଯେ, ଘଟଣା ଘଟିବା ସମୟରେ ସେ ଘରେ ନଥିଲେ । ବିଜେପି ନେତା ତାଙ୍କୁ ବଦନାମ କରିବା ପାଇଁ ଏଭଳି କରିଛନ୍ତି ।
ଜଷ୍ଟିସ ଏସ ମୁରଲୀଧରଙ୍କ ବଦଳି, ଟାର୍ଗେଟରେ ମୋଦି ସରକାର
ବିରୋଧୀ ଦଳର ନେତାମାନେ କେନ୍ଦ୍ର ସରକାରଙ୍କ ପାଖରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍ ମୁରଲୀଧରଙ୍କ ବଦଳି ଦାବି କରିଛନ୍ତି । ବୁଧବାର ହୋଇଥିବା ହିଂସାରେ ଶୁଣାଣୀ କରିବା ସମୟରେ ବିଜେପି ନେତା ଦେଇଥିବା ବୟାନବାଜୀରେ ଦିଲ୍ଲୀ ପୋଲିସ ନେଇନଥିବା ପଦକ୍ଷେପ ଉପରେ କ୍ରୋଧ ପ୍ରକାଶ କରିଥିଲେ । ଜାରି ହୋଇଥିବା ନୋଟିଫିକେସନ ଅନୁସାରେ, ଦିଲ୍ଲୀରୁ ପଂଜାବ-ହରିୟାଣା ହାଇକୋର୍ଟକୁ ମୁରଲୀଙ୍କ ବଦଳି କରାଯାଇଛି । ୧୨ ଫେବୃୟାରୀରେ କୋଲୋଜିୟମ ଏ ନେଇ ସୁପାରିଶ କରିଥିବା ବେଳେ ଗତକାଲି କେନ୍ଦ୍ର ସରକାର ଏହା ଉପରେ ମୋହର ମାରିଥିଲେ । ଠିକ୍ ସେହି ସମୟରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।
କାନୁନ ମନ୍ତ୍ରୀଙ୍କ ସଫେଇ
କାନୁନ ମନ୍ତ୍ରୀ ରବିଶଂକର ପ୍ରସାଦ ସଫେଇ ଦେଇ କହିଛନ୍ତି ଯେ, ସୁପ୍ରିମ କୋର୍ଟଙ୍କ କୋଲେଜିୟମ, ପ୍ରଧାନ ନ୍ୟାୟାଧୀଶଙ୍କ ଅଧ୍ୟକ୍ଷତାରେ ୧୨ ଫେବୃୟାରୀରେ ତାଙ୍କ ବଦଳି ପାଇଁ ସୁପାରିଶ କରିଥିଲେ । କୌଣସି ବିଚାରପତିଙ୍କ ବଦଳି ସମୟରେ ତାଙ୍କର ସହମତି ନିଆଯାଏ ଆଉ ଏହି ପ୍ରକ୍ରିୟାରେ ଏହାକୁ ପାଳନ କରାଯାଇଛି ।
ବିଦେଶରେ ବି ଚର୍ଚା
ଦିଲ୍ଲୀ ହିଂସା କେବଳ ଭାରତରେ ନୁହଁ, ବରଂ ଦେଶ ବାବହାରେ ବି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକୃତରେ ୨୫ରେ ଯେତେବେଳେ ଦିଲ୍ଲୀରେ ଏହି ହିଂସା ହେଉଥିଲା, ସେହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦିଲ୍ଲୀରେ ହିଁ ଥିଲେ । ଆଉ ଏ ସଂକ୍ରାନ୍ତରେ ଯେତେବେଳେ ଟ୍ରମ୍ପଙ୍କୁ ପ୍ରଶ୍ନ କରାଯାଇଥିଲା, ସେ ଏହାକୁ ଏଡାଇ ଦେଇଥିଲେ । ଆମେରିକା ସିନେଟର ଏହାକୁ ନେଇ ଟ୍ୱିଟ କରିଥିଲେ ଯେ, ‘୨୦ କୋଟିରୁ ଅଧିକ ମୁସଲମାନ ଭାରତକୁ ନିଜର ଘର କୁହନ୍ତି । ବ।।ପକ ସ୍ତରରେ ହୋଇଥିବା ମୁସଲମାନ ବିରୋଧୀ ହିଂସାରେ ଅତି କମ୍ ରେ ୨୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି’ । ଟ୍ରମ୍ପ ଜବାବରେ କହିଥିଲେ ଯେ, ‘ଏ ସବୁ କିଛି ଭାତର ଉପରେ ନିର୍ଭର କରେ । ମାନବ ଅଧିକାର ଉପରେ ନେତୃତ୍ୱର ଏହା ହେଉଛି ବିଫଳତା’ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking